ବଲାଙ୍ଗୀର: ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଜଣକ ବେଲପଡା ଗାଁର ମହେନ୍ଦ୍ର ପୋଡ଼ ବୋଲି ଜଣାପଡିଛି । ସେ କଣ୍ଟାବାଞ୍ଜୀର ଏକ ଟ୍ରାନ୍ସପୋର୍ଟରେ ଡ୍ରାଇଭର ଭାବରେ କାମ କରୁଥିଲେ।
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର - balangir news
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର । ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ । ତଦନ୍ତ ଜାରି । ଅଧିକ ପଢନ୍ତୁ....

ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ରେଳ ଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର କଣ୍ଟାବାଞ୍ଜି କର୍ଲା ରେଳ ଫାଟକ ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ରେଳ ଫାଟକ ନିକଟରେ ତାଙ୍କ ଗାଡ଼ି ଥିବା ବେଳେ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଥିବାରୁ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେପଟେ କଣ୍ଟାବାଞ୍ଜି ଜିଆରପି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ