ଓଡିଶା

odisha

By

Published : Nov 28, 2019, 4:06 AM IST

ETV Bharat / state

ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ମିଳିଲାନି କାନ୍ଧ

ଅନ୍ୟ ଜାତିରେ ବିବାହ ପାଲଟିଲା ଅଭିଶାପ । ମୃତ୍ୟୁ ପରେ ମଧ୍ୟ କାନ୍ଧ ଦେଲେନି ସମ୍ପର୍କୀୟ ଓ ଗାଁ ଲୋକ । ଅଧିକ ପଢନ୍ତୁ...

deadbody
ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ବଲାଙ୍ଗୀର: ବଦଳିଛି ସମୟ, ହେଲେ ବଦଳୁନି ମାନସିକତା । ଅନ୍ୟ ଜାତିରେ ବିବାହ କରିଥିବାରୁ ମୃତ୍ୟୁ ପରେ ମଧ୍ୟ ବୃଦ୍ଧାଙ୍କ ଶବକୁ କାନ୍ଧ ଦେଲେନି ଗାଁ ଲୋକେ । ଖାଲି ସେତିକି ନୁହେଁ ସମ୍ପର୍କୀୟ ମଧ୍ୟ ମୁହଁ ବୁଲାଇଦେଲେ । ଶେଷରେ ସ୍ବେଚ୍ଛାସେବୀ ସଂଗଠନଙ୍କ ଦ୍ବାରା ହେଲା ଶବ ସତ୍କାର । ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ କୁସଙ୍ଗ ଗାଁରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗିର

ମୃତ ମହିଳା ଜଣଙ୍କ ହେଲେ ଟେଭା ନାଏକ । ସେ କୁସଙ୍ଗ ଗାଁର ହାଡୁ ନାଏକଙ୍କୁ ବିବାହ କରିଥିଲେ । ତେବେ ତାଙ୍କର କୌଣସି ସନ୍ତାନ ନଥିବା ବେଳେ ବୟସ ଅତ୍ୟଧିକ ହେବା କାରଣରୁ ବୁଧବାର ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ହାଡୁ ନାଏକ ଅନ୍ୟ ଜାତିରେ ବିବାହ କରିଥିବାରୁ ସମାଜରୁ ତାଙ୍କୁ ବାସନ୍ଦ କରିଥିଲା । ଏଥିଯୋଗୁଁ ଗାଁ ଲୋକେ କିମ୍ବା କୌଣସି ସମ୍ପର୍କୀୟ ତାଙ୍କ ପାଖକୁ ଆସି ନଥିଲେ । ଫଳରେ ମୃତଦେହ ଦୀର୍ଘ ସମୟ ଧରିପଡି ରହିଥିଲା ।

ଏହାର ଖବର ପାଇ ବଲାଙ୍ଗୀର ବିଇଙ୍ଗ ହ୍ୟୁମାନ ଫାଉଣ୍ଡେସନ କର୍ମକର୍ତ୍ତା ମାନେ ପହଞ୍ଚି ମୃତଦେହ ସତ୍କାର କରିଥିଲେ । ଏଥିରେ ବିଇଙ୍ଗ ହ୍ୟୁମାନର ସଭାପତି ସୋମନାଥ ମିଶ୍ର, ସମ୍ପାଦକ ବିବେକାନନ୍ଦ ପଟେଲ, ସଂଯୋଜକ ବ୍ରଜ ଗୋପାଳ ସିଂଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details