ଓଡିଶା

odisha

ଲେମ୍ବୁ ଗଛରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗୁଣିଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ

By

Published : Jul 19, 2021, 2:20 PM IST

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । ୫ ଅଟକ । ଅଧିକ ପଢନ୍ତୁ:

ଗୁଣିଗାରେଡି ସନ୍ଧେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୫ ଅଟକ
ଗୁଣିଗାରେଡି ସନ୍ଧେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୫ ଅଟକ

ବଲାଙ୍ଗୀର:ଆଧୁନିକ ଯୁଗରେ ବି ଗୁଣିଗାରେଡିକୁ ନେଇ ଘଟେଇ ଚାଲିଛି ଗୋଟେ ପରେ ଗୋଟେ ଜଘନ୍ଯକାଣ୍ଡ । ବଲାଙ୍ଗିର ଜିଲ୍ଲାରେ ଗୁଣି ଗାରେଡି ସନ୍ଦେହରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ । ଗୁଣି ଗାରେଡି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ଗୁଣିଗାରେଡି ସନ୍ଧେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ, ୫ ଅଟକ

ଜିଲ୍ଲାର ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗ୍ରାମର ବୃଦ୍ଧ ନିତ୍ୟା ଭୋଇଙ୍କ ଝୁଲନ୍ତା ମୃତ ଦେହ ଆଜି ଏକ ଲେମ୍ବୁ ଗଛରୁ ଉଦ୍ଧାର କରାଯିବା ପରେ ପରିବାର ଲୋକେ ଗୁଣି ଗାରେଡି ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅଧାରରେ ସଇଁତଳା ପୋଲିସ ୫ ଜଣଙ୍କୁ ଅଟକ ରଖିବା ସହ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିକ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details