ଓଡିଶା

odisha

ETV Bharat / state

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା, ୭ ଗିରଫ - ଗୁଣିଗାରେଡି

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ..

a old man murder suspected black magic in balangir, 7 arrested
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା , ୭ ଗିରଫ

By

Published : Jul 21, 2021, 9:31 AM IST

ବଲାଙ୍ଗୀର : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା । ଏହି ମାମଲାରେ ପୋଲିସ ୭ ଜଣଙ୍କୁ ଗିରଫ କରିଛି । ଏହାସହ ଅଧିକ ତଦନ୍ତ ଜାରି ରହିଛି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ବରାହମାଲ ଗାଁର ବୃଦ୍ଧ ନିତ୍ୟ ଭୋଇଙ୍କୁ ଗୁଣି ଗାରେଡି କରୁଥିବା ସନ୍ଦେହରେ ହତ୍ୟା କରାଯାଇଥିଲା। ଦୁଇ ଦିନ ତଳେ ତାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା , ୭ ଗିରଫ

ସଇଁତଳା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଗାଁର ସାତ ଅଭିଯୁ୍କ୍ତଙ୍କୁ ଗିରଫ କରିଥିଲା। ଏବଂ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି । କେବଳ ବଲାଙ୍ଗୀର ନୁହେଁ ଅନ୍ଧ ବିଶ୍ବାସର ବଶବର୍ତ୍ତୀ ହୋଇ ରାଜ୍ୟର ଅନେକ ସ୍ଥାନରେ ଗୁଣିଗାରେଡି ସନ୍ଦେହରେ ଅନେକ ଏଭଳି କାଣ୍ତ ଘଟୁଛି । ଏନେଇ ସଚେତନତା କାର୍ଯ୍ୟକ୍ରମ କରାଗଲେ ଏଭଳି ଘଟଣାକୁ ରୋକାଯାଇପାରିବ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ ,ଇଟିଭି ଭାରତ

ABOUT THE AUTHOR

...view details