ବଲାଙ୍ଗୀର: ଜିଲ୍ଲାରେ ଆଜି(ବୁଧବାର) ଜଣେ ମଦ୍ୟପ ସ୍ଵାମୀ 9 ମାସର ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ବଲାଙ୍ଗୀର ରାଧାରାଣୀ ପଦରେ ଘଟିଛି । ଏଠି ରହୁଥିବା ମୋତିଲାଲ ବାରିକ ପ୍ରତିଦିନ ସ୍ତ୍ରୀ ଆନଦନିନି ବାରିକକୁ ମଦ ପିଇ ଗାଳି ଗୁଲଜ୍ କରି ଆସୁଥିଲା ।
9 ମାସର ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ବାମୀ - ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ବାମୀ
ଜିଲ୍ଲାରେ ଆଜି(ବୁଧବାର) ଜଣେ ମଦ୍ୟପ ସ୍ଵାମୀ 9 ମାସର ଗର୍ଭବତୀ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିବାର ଅଭିଯୋଗ ହୋଇଛି । ଘଟଣାଟି ବଲାଙ୍ଗୀର ରାଧାରାଣୀ ପଦରେ ଘଟିଛି ।
ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ବାମୀ
ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କଲା ମଦ୍ୟପ ସ୍ବାମୀ
ବୁଧବାର ମଧ୍ୟ ତାକୁ ଗାଳିଗୁଲଜ୍ କରିବା ସହ ଖୁବ ମାଡ ମାରି ଘର ଭିତରେ ତଣ୍ଟି ଚିପି ହତ୍ୟା କରିଥିଲା ବୋଲି ଅଭିଯୋଗ ହୋଇଛି । ସେପଟେ ବଲାଙ୍ଗୀର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମଦ୍ୟପ ସ୍ଵାମୀକୁ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ