ବଲାଙ୍ଗୀର: ରେଳ ଧାରଣାରୁ ଯୁବକର ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ । ବଲାଙ୍ଗୀର କଣ୍ଟାବାଞ୍ଜିର ପାମ୍ପୁ ପୋଖରୀ ନିକଟ ରେଳ ଧାରଣାରୁ ଶୁକ୍ରବାର ଏହି ଯୁବକର ଖଣ୍ଡବିଖଣ୍ତିତ ମୃତଦେହ ଉଦ୍ଧାର କରାଯାଇଛି । ଯୁବକର ପରିଚୟ ଆନନ୍ଦ ତାଣ୍ଡି ଓ ସେ କଣ୍ଟାବାଞ୍ଜି ରାମ ନଗରର ବୋଲି ଜଣାପଡିଛି ।
ତେବେ ଗତକାଲି ସେ ନିଜ ପ୍ରେମିକା ଘରେ ଆଶ୍ରୟ ନେଇଥିବା ଘର ଲୋକଙ୍କୁ ଜଣାଇଥିବା ବେଳେ ଆଜି ଏଭଳି ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଯାହାକୁ ପରିବାର ଲୋକେ ହତ୍ୟା ବୋଲି ଅଭିଯୋଗ ଆଣି ତଦନ୍ତ ଦାବି କରିଛନ୍ତି ।