ବଲାଙ୍ଗୀର: ଆଜି(ମଙ୍ଗଳବାର) ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ନିର୍ମମ ଭାବରେ ହତ୍ୟା କରିଛି ସ୍ବାମୀ । ପୋଲିସର ତଦନ୍ତ ଜାରି ।
ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ନିର୍ମମ ଭାବରେ ସ୍ଵାମୀ ହତ୍ୟା କରିଥିବାର ଅଭିଯୋଗ ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତରଗତ ଦାମନ ଡଙ୍ଗା ଗ୍ରାମରେ ଏହି ଘଟଣା ଘଟିଛି । ଏଠି ରହୁଥିବା ସ୍ଵାମୀ ସ୍ତ୍ରୀ ଜୟରାମ ମାଝୀ ଓ ଉର୍ମିଳା ମାଝୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କଳହ ଲାଗି ରହିଥିଲା । ଯାହାକୁ ନେଇ ଗ୍ରାମ ସଭାରେ ମଧ୍ୟ ଏହାର ସମାଧାନ କରାଯାଇଥିଲା । ହେଲେ ପୁଣି ସ୍ଵାମୀ ସ୍ତ୍ରୀ ମଧ୍ୟରେ କଳହ ଉପୁଜି ଥିବା ବେଳେ ସ୍ତ୍ରୀ ଉର୍ମିଳା ମାଝୀ ତାଙ୍କ ସ୍ଵାମୀ ନାଁରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।