ବଲାଙ୍ଗୀର: ଜିଲ୍ଲାର ମହଖଣ୍ଡ ଜଙ୍ଗଲ ପାଖ ରତାଖଣ୍ଡି ଜୋର ନିକଟ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ଗାଁର କେଶବ ମେହେର । ସେ ଜଣେ କପଡା ବ୍ୟବସାୟୀ । ତୁରେଇକେଲା ପୋଲିସ ଘଟଣାସ୍ଥଳର ପହଁଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି। ତେବେ ଗତକାଲି(ରବିବାର) ସନ୍ଧ୍ୟାରୁ ସେ ନିଜ ବାଇକ ଯୋଗେ ଘରୁ ବାହାରିଥିଲେ। ରାତିରେ ଘରକୁ ନଫେରିବାରୁ ପରିବାର ଲୋକ ଖୋଜାଖୋଜି କରିଥିଲେ । ସକାଳ ସମୟରେ ଉକ୍ତ ରାସ୍ତାରେ ଯାଉଥିବା ଜଣେ ଲୋକ ଏହାକୁ ଦେଖି ପରିବାର ଓ ପୋଲିସକୁ ଖବର ଦେଇଥିଲେ।
ଜଙ୍ଗଲରୁ ବ୍ୟବସାୟୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି - ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର ଜଙ୍ଗଲରୁ ଜଣେ କପଡା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ...

ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରିପୋଲିସର ତଦନ୍ତ ଜାରି
ଝୁଲନ୍ତା ଅବସ୍ଥାରେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି
ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ତାଙ୍କୁ କିଏ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ବଲାଙ୍ଗୀରରୁ ସାଇଣ୍ଟିଫିକ ଦଳ ଆସି ଅଧିକ ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ମୃତକଙ୍କ ପୁଅ ତୁରେଇକେଲା ଥାନାରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ