ଓଡିଶା

odisha

ETV Bharat / state

ମାମୁଁ ଘର ବାଡିରୁ ଭଣଜାର ମୃତଦେହ ଉଦ୍ଧାର

ମାମୁଁ ଘର ବାଡିରୁ ଭଣଜାର ମୃତଦେହ ଉଦ୍ଧାର । ଘଟଣା ଘଟିଛି ବଲାଙ୍ଗୀର ଚନ୍ତିଆ ପାଲି ଗ୍ରାମରେ । ଅଧିକ ପଢନ୍ତୁ...

By

Published : Sep 30, 2020, 9:58 PM IST

a dead body found in balangir
ମାମୁଁ ଘର ବାଡିରୁ ଭଣଜାର ମୃତ୍ୟୁଦେହ ଉଦ୍ଧାର

ବଲାଙ୍ଗୀର: ମାମୁଁ ଘର ବାଡିରୁ ଭଣଜାର ମୃତଦେହ ଉଦ୍ଧାର । ଘଟଣା ଘଟିଛି ବଲାଙ୍ଗୀର ଚନ୍ତିଆ ପାଲି ଗ୍ରାମରେ। ଏହି ଗ୍ରାମର ଆଫୁଆ ମଲ୍ଲିକଙ୍କ ଘରକୁ ଗତ କାଲି କୁଶ ମେଲ୍ ଗ୍ରାମର ତାଙ୍କ ନିଜ ଭଣଜା ନାରାୟଣ ମଲ୍ଲିକ ବୁଲିବାକୁ ଆସିଥିଲେ ।

ମାମୁଁ ଘର ବାଡିରୁ ଭଣଜାର ମୃତ୍ୟୁଦେହ ଉଦ୍ଧାର

ଆଜି ତାଙ୍କର ମୃତଦେହ ତାଙ୍କ ବାଡିର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା । ତେବେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବଲାଙ୍ଗୀର ଟାଉନ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details