ବଲାଙ୍ଗୀର: ଜିଲ୍ଲାରେ ଅଣାୟତ୍ତ କୋରୋନା ସ୍ଥିତି । ବିଶେଷ କରି ସହରାଞ୍ଚଳର ଅବସ୍ଥା ବିଗିଡିବାରେ ଲାଗିଛି । ଏହିକ୍ରମରେ ଗୁରୁବାର ଜିଲ୍ଲାରେ 99 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସିଆରପିଏଫ ଯବାନ ଏବଂ ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି ।
ବଲାଙ୍ଗୀରରେ 99 କୋରୋନା ପଜିଟିଭ ଚିହ୍ନଟ, ସହରାଞ୍ଚଳର ସ୍ଥିତି ସଙ୍ଗୀନ - balangir news
ଗୁରୁବାର ବଲାଙ୍ଗୀରରେ 99 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ସିଆରପିଏଫ ଯବାନ ଏବଂ ଜଣେ କୋରୋନା ଯୋଦ୍ଧା ଥିବା ଜଣାପଡିଛି । ଅଧିକ ପଢନ୍ତୁ...
ବଲାଙ୍ଗୀରରେ 99 କୋରୋନା ପଜିଟିଭ ଚିହ୍ନଟ, ସହରାଞ୍ଚଳର ସ୍ଥିତି ସଙ୍ଗୀନ
ଏତଦବ୍ୟତୀତ ଆଜି ବଲାଙ୍ଗୀର ଗ୍ରାମାଞ୍ଚଳରୁ 29 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସହର ସ୍ଥିତି ଆହୁରି ଖରାପ ରହିଛି । ସେହିପରି ସହର ମଧ୍ୟରୁ 70 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1619ରେ ପହଞ୍ଚିଛି । ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 975 ଜଣ ସୁସ୍ଥ ହୋଇଥିବାବେଳେ 640ଜଣ ଚିକିତ୍ସାଧୀନ ଅଛନ୍ତି । ଏଥିସହ 4 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ