ଓଡିଶା

odisha

ETV Bharat / state

4 ଲକ୍ଷରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ, 2 ଗିରଫ - court

ବଲାଙ୍ଗୀର ପାଟଣାଗଡ ଧୁମାଭଟା ଗ୍ରାମ ରାସ୍ତାର ଏକ ମାରୁତି ଗାଡିରୁ 90 କେଜି ଗଞ୍ଜେଇ ଜବତ କରିଛି ପୋଲିସ ଓ ଅବକାରୀ ବିଭାଗ । ମାମଲାରେ 2 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Mar 30, 2019, 7:22 PM IST

ବଲାଙ୍ଗୀର: ନିର୍ବାଚନ ପୂର୍ବରୁ ସାରା ଦେଶକୁ ଅପରାଧ ମୁକ୍ତ କରିବାକୁ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଦେଇଛି । ଏନେଇ ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରୁଛି । ଶନିବାର ସକାଳେ ବଲାଙ୍ଗୀର ପାଟଣାଗଡ ଧୁମାଭଟା ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢାଉ କରାଯାଇଥିଲା। ଚଢାଉବେଳେ ଏକ ମାରୁତି ଗାଡିରୁ ୯୦କେଜି ଗଞ୍ଜେଇ ଜବତ କରିଛି ବିଭାଗ । ଏଥିସହ ମାମଲାରେ ସମ୍ପୃକ୍ତ ଥିବା ଗାଡିର ହେଲପର ଓ ଡ୍ରାଇଭରକୁ ଗିରଫ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ସୂଚନାମୁତାବକ, ଏକ ମାରୁତି ଗାଡି ଗଞ୍ଜେଇ ବୋଝେଇ କରି ଧୁମାଭଟା ଗ୍ରାମ ଦେଇ ଯିବା ସମୟରେଅବକାରୀ ବିଭାଗକୁ ଖବର ବିଶ୍ବସ୍ତ ସୂତ୍ରରୁ ମିଳିଥିଲା । ଫଳରେବିଭାଗ ପକ୍ଷରୁ ସେହି ରାସ୍ତାରେ ପାଟ୍ରୋଲିଂ କରାଯାଇଥିଲା । ଗାଡିଟି ଧୂମାଭଟା ଦେଇ ଯିବା ସମୟରେ ପୋଲିସ ଓ ଅବକାରୀ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ଗାଡିରୁ 1 କିଲୋଗ୍ରାମର 90ଟି ଗଞ୍ଜେଇ ପ୍ୟାକେଟ ଜବତ ହୋଇଥିଲା । ତେବେ ଜବତ ଗଞ୍ଜେଇର ମୂଲ୍ୟ ହାରାହାରି 4.5 ଲକ୍ଷ ହେବ ବୋଲି ଅନୁମାନ କରାଯାଉଛି ।

ଗଞ୍ଜେଇ ବୋଝେଇ ଗାଡିଟି ବୌଦ୍ଧ ଜିଲ୍ଲା କଣ୍ଟାମାଳ ପିଏସ ଅନ୍ତର୍ଗତ ଖୁଣ୍ଟିଗୁରାରୁ ବରଗଡର ନରସିଂହନାଥକୁ ଆସୁଥିଲା । ମାମଲାରେ ଗିରଫ ପିଙ୍କୁ ମେଣ୍ଡଲି ଓ ତ୍ରିନାଥ ସାହୁଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details