ଓଡିଶା

odisha

ETV Bharat / state

ଏନଏସି ଦାବିରେ ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ - ସଇଁତଳା ବନ୍ଦ

ଏନଏସି ମାନ୍ୟତା ଦାବିରେ ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ । ଧାରଣା ପ୍ରଦର୍ଶନ କଲେ କଂଗ୍ରେସ କର୍ମୀ । ଅଧିକ ପଢ଼ନ୍ତୁ

ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ
ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ

By ETV Bharat Odisha Team

Published : Oct 15, 2023, 11:40 AM IST

Updated : Oct 15, 2023, 1:59 PM IST

୯ ଘଣ୍ଟିଆ ସଇଁତଳା ବନ୍ଦ

ବଲାଙ୍ଗୀର:ଏନଏସି ଦାବିରେ ଆଜି ସଇଁତଳା ବନ୍ଦ । ଏନଏସି ମାନ୍ୟତା ସହିତ ବିଭିନ୍ନ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଆଜି ୯ ଘଣ୍ଟିଆ ସଇଁତଳା ବନ୍ଦ ଡାକରା ଦିଆଯାଇଛି । ଯାହାଫଳରେ ଆଜି ସଇଁତଳା ବ୍ଲକରେ ଗାଡିମୋଟର ଚଳାଚଳ, ଦୋକାନ ବଜାର ଏବଂ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସବୁ ବନ୍ଦ ରହିଛି । ଏନଏସି ମାନ୍ୟତା ପାଇଁ ଦୀର୍ଘ ଦିନରୁ ଲୋକମାନେ ଆନ୍ଦୋଳନ କରି ଆସୁଛନ୍ତି । ହେଲେ ସରକାର କେବଳ ପ୍ରତିଶ୍ରୁତି ଦେଇ ଏହାକୁ ପୂରଣ କରୁନଥିବା ଅଭିଯୋଗ କରିଛି କଂଗ୍ରେସ ।

ସଇଁତଳାବାସୀଙ୍କ ପ୍ରତି ସରକାରଙ୍କ ଏଭଳି ଅବହେଳାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଆଜି ୯ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ଏଥିରେ କଂଗ୍ରେସର ଶତାଧିକ କର୍ମୀ ସଇଁତଳା ସହରରେ ପକେଟିଂ କରି ଦୋକାନ ବଜାର ସବୁ ବନ୍ଦ କରିଛନ୍ତି । ଏଥିସହ ବିଭିନ୍ନ ସ୍ଥାନରେ କର୍ମୀମାନେ ଧାରଣା ଦେଉଥିବାର ଦେଖିବାକୁ ମିଳିଛି । ସଇଁତଳାର ବିକାଶ ଦିଗରେ ସରକାର ଓ ସ୍ଥାନୀୟ ବିଧାୟିକା ଆଖି ବୁଜି ଦେଇଥିବାର ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ।

ଏହାମଧ୍ୟ ପଢନ୍ତୁ: ପାଟଣାଗଡ଼ରେ ସେକ୍ସ ରାକେଟ ଠାବ, ଦୁଇ ଯୁବକ ଗିରଫ

କଂଗ୍ରେସ ଯୁବନେତା ସୁବ୍ରତ ବେହେରା କହିଛନ୍ତି ଯେ, ସଇଁତଳା ଏନଏଏସି ମାନ୍ୟତା ପାଇଁ ସବୁ ସର୍ତ୍ତ ପୂରଣ କରୁଛି । ଲୋକମାନେ ଦୀର୍ଘ ବର୍ଷ ହେଲାଣି ଏହି ଦାବି କରିଆସୁଛନ୍ତି । ହେଲେ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ସ୍ଥାନୀୟ ବିଧାୟିକା ମଧ୍ୟ ଏ ଅଞ୍ଚଳର ବିକାଶ ଦିଗରେ ଧ୍ୟାନ ଦେଉନାହାନ୍ତି । ନିକଟରେ ସବୁଠି ଡ଼ାକ୍ତର ନିଯୁକ୍ତି ଦିଆଯାଇଥିବା ବେଳେ ସଇଁତଳା ଡାକ୍ତରଖାନାରେ ଡାକ୍ତର ନିଯୁକ୍ତ କରାଯାଇ ନାହିଁ । ସେହିପରି ସଇଁତଳା ବାଡ଼ିମୁଣ୍ଡା ପଞ୍ଚାୟତ ନଦୀ ଉପରେ ବ୍ରିଜ କାମ ଶୁଭ ଦେବାର ତିନି ବର୍ଷ ବିତିଥିଲେ ସୁଦ୍ଧା ଏଯାଏଁ କାମ ଆରମ୍ଭ ହୋଇପାରିଲା ନାହିଁ । ଯାହାଫଳରେ ୫ଟି ପଞ୍ଚାୟତର ଲୋକେ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।

ସଇଁତଳା ଅଞ୍ଚଳ ପାଇଁ ଆସୁଥିବା ଅନୁଦାନ ଟଙ୍କା ମଧ୍ୟ ଅନ୍ୟତ୍ର ଖର୍ଚ୍ଚ କରାଯାଉ ଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ନେତା । ତେଣୁ ସରକାରଙ୍କ ଏହି ମତଭେଦ ନୀତିକୁ ବିରୋଧ କରି ଆଜି କଂଗ୍ରେସ ବନ୍ଦ ଡାକରା ଦେଇଛି ବୋଲି ସେ କହିଛନ୍ତି । ସଇଁତଳା ବ୍ଲକ ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ ଥିବାବେଳେ ଏହା ଏକ ବ୍ୟବସାୟୀକ ସ୍ଥାନ ଅଟେ । ଆଜି ବନ୍ଦ ପାଳନ ଫଳରେ ଏହି ପାର୍ବଣ ଋତୁରେ ଲୋକେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାତାୟାତ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଏ ଯାଏଁ ଶାନ୍ତି ଶୃଙ୍ଖଳାର ସହ ବନ୍ଦ ପାଳନ କରାଯାଉଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Oct 15, 2023, 1:59 PM IST

ABOUT THE AUTHOR

...view details