ଓଡିଶା

odisha

ETV Bharat / state

କଣ୍ଟାବାଞ୍ଜିରୁ ଦାଦନ ଚାଲାଣ ବେଳେ 74 ଦାଦନ ଉଦ୍ଧାର - ଦାଦନ ଉଦ୍ଧାର

କଣ୍ଟାବାଞ୍ଜି ରେଳ ଷ୍ଟେସନରୁ 74 ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ । ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଛି ପୋଲିସ । ଅଧିକ ପଢନ୍ତୁ...

କଣ୍ଟାବାଞ୍ଜିରୁ ଦାଦନ ଚାଲାଣ ବେଳେ 74 ଦାଦନ ଉଦ୍ଧାର
କଣ୍ଟାବାଞ୍ଜିରୁ ଦାଦନ ଚାଲାଣ ବେଳେ 74 ଦାଦନ ଉଦ୍ଧାର

By

Published : Dec 2, 2020, 2:53 PM IST

ବଲାଙ୍ଗୀର: ବେଆଇନ ଭାବେ ରାଜ୍ୟ ବାହାରକୁ ଚାଲାଣ ବେଳେ 74 ଦାଦନ ଉଦ୍ଧାର। କଣ୍ଟାବାଞ୍ଜିରୁ ଦାଦନ ଚାଲାଣ ହେଉଥିବାର କୌଣସି ସୂତ୍ରରୁ ଖବରପାଇ କଣ୍ଟାବାଞ୍ଜି ପୋଲିସ ଜିଆରପି ପୋଲିସ ସହାୟତାରେ ସ୍ଥାନୀୟ ରେଳ ଷ୍ଟେସନରୁ ୭୪ ଦାଦାନ ଶ୍ରମିକଙ୍କୁ ଉଦ୍ଧାର କରିଛି।

କଣ୍ଟାବାଞ୍ଜିରୁ ଦାଦନ ଚାଲାଣ ବେଳେ 74 ଦାଦନ ଉଦ୍ଧାର

ଦାଦନ ଶ୍ରମିକ ମାନଙ୍କ ମଧ୍ୟରେ ୪୨ ପୁରୁଷ, ୩୨ ମହିଳା ଥିବାବେଳେ, ଏମାନଙ୍କ ଭିତରରେ ୧୩ ଜଣ ଶିଶୁ ଅଛନ୍ତି। ଦାଦାନ ଶ୍ରମିକ ମାନେ ବଲାଙ୍ଗୀର ଜିଲ୍ଲାର ବେଲପଡା ବ୍ଲକ, ବଙ୍ଗୋମୁଣ୍ଡା, ମୁରିବାହାଲ, ତୁରେକେଲା ବ୍ଲକର ଅଞ୍ଚଳ ସହ କଳାହାଣ୍ଡି ଗୋଳାମୁଣ୍ଡା ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଉଦ୍ଧାର ଦାଦନ ଶ୍ରମିକ ମାନେ ଦାଦନ ସର୍ଦ୍ଦାର ଠାରୁ ମୁଣ୍ଡ ପିଛା ୩୦ ହଜାର ଲେଖାଏଁ ମୁଣ୍ଡପିଛା ଅଗ୍ରିମ ନେଇ ବିଶାଖାପାଟଣାକୁ ଟ୍ରେନ ଯୋଗେ ଯିବାର ଥିଲା ସେହି ସମୟରେ ପୋଲିସ ଏମାନଙ୍କୁ ଉଦ୍ଧାର କଲା।

ଦାଦନ ଶ୍ରମିକ ମାନଙ୍କ ପାଖରେ କୌଣସି କାଗଜପତ୍ର ନଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ଏମାନେ ହାଇଦ୍ରାବାଦର ଏକ ଇଟା ଭାଟିକୁ ଯିବାକୁ ଥିବା ଜଣାପଡିଛି। କଣ୍ଟାବାଞ୍ଜି ତହସିଲଦାର ଅଶୋକ କୁମାର ମାଝୀ ଉଦ୍ଧାର ଶ୍ରମିକଙ୍କୁ ନିଜ ନିଜ ଘରକୁ ପଠେଇବାର ବ୍ୟବସ୍ଥା କରୁଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details