ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ଆଉ 71 କୋରୋନା ଆକ୍ରାନ୍ତ ଚିହ୍ନଟ, ଦୁଇ ଯୋଦ୍ଧା ପଜିଟିଭ - coronavirus latest news

ବଲାଙ୍ଗୀର ଜିଲ୍ଲାରେ ଦୁଇ କୋରୋନା ଯୋଦ୍ଧା ପଜିଟିଭ 71 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1255 ଛୁଇଁଲା । ଅଧିକ ପଢନ୍ତୁ...

ବଲାଙ୍ଗୀରରେ ଆଉ 71 କୋରୋନା ଆକ୍ରାନ୍ତ ଚିହ୍ନଟ, ଦୁଇ ଯୋଦ୍ଧା ପଜିଟିଭ
ବଲାଙ୍ଗୀରରେ ଆଉ 71 କୋରୋନା ଆକ୍ରାନ୍ତ ଚିହ୍ନଟ, ଦୁଇ ଯୋଦ୍ଧା ପଜିଟିଭ

By

Published : Aug 21, 2020, 8:53 PM IST

ବଲାଙ୍ଗୀର: ଜିଲ୍ଲାରେ ପୁଣି ଚିହ୍ନଟ ହେଲେ 71କୋରୋନା ପଜିଟିଭ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1255 ଛୁଇଁଲା । ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ବଲାଙ୍ଗୀରରେ ଆଉ 71 କୋରୋନା ଆକ୍ରାନ୍ତ ଚିହ୍ନଟ, ଦୁଇ ଯୋଦ୍ଧା ପଜିଟିଭ

ବଲାଙ୍ଗୀରରେ କୋରୋନା ବଢି ଚାଲି ଥିବା ବେଳେ ସ୍ଥିତି ଆଣାୟତ୍ତ ହେବାରେ ଲାଗିଛି। ସହରଠୁ ଗ୍ରାମାଞ୍ଚଳ ସବୁଠି ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଶୁକ୍ରାବାର ପୁଣି ବଲାଙ୍ଗୀର ଜିଲ୍ଲାରେ ଦୁଇ କୋରୋନା ଯୋଦ୍ଧାଙ୍କ ସହ 71 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯେଉଁଥିରେ ବଲାଙ୍ଗୀର ସହର ମଧ୍ୟରୁ କେବଳ 28 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡା ବଲାଙ୍ଗୀର ଆଗଲପୁରରୁ 9 ଜଣ, ପୁଇଁନ୍ତଳାରୁ 3 ଜଣ, ଲୋଇସିଂହାରୁ 3 ଜଣ, ଟିଟିଲାଗଡରୁ 4 ଜଣ, ସାଇଁତଲାରୁ ଚାରି ଜଣ, କଣ୍ଟାବାଞ୍ଜିରୁ ଦୁଇ ଜଣ, ବଙ୍ଗୋମୁଣ୍ଡାରୁ ୩ ଜଣ ଓ ପାଟଣାଗଡରୁ ଦୁଇ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେପଟେ ଜିଲ୍ଲାରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା 1255 ହୋଇଥିବା ବେଳେ 692 ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବର୍ତ୍ତମାନ 563 ଜଣ ଚିକିତ୍ସା ଧୀନ ଥିବାର ଜିଲ୍ଲା ପ୍ରଶାସନ ସୂଚନା ଦେଇଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details