ବଲାଙ୍ଗୀର: ଜିଲ୍ଲାରେ ଦାଦନ ଦୁଃଖ ସରିବାକୁ ନା ନେଉନଥିବା ବେଳେ ଆଜି ପୁଣି ବାହାର ରାଜ୍ୟରୁ 71 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ବଲାଙ୍ଗୀରରେ ବେଧଡକ ଚାଲିଛି ବେଆଇନ ଦାଦନ ଚାଲାଣ । ଆଜି ଉଦ୍ଧାର ହୋଇଥିବା ସମସ୍ତ ଦାଦନ ଶ୍ରମିକଙ୍କୁ ତେଲେଙ୍ଗାନାକୁ ଯାଇଥିଲେ ଦାଦନ ଖଟିବାକୁ । ତେବେ ଦୀର୍ଘ ଚାରି ମାସ ହେବ ବଲାଙ୍ଗୀର ଓ ବରଗଡ ଜିଲ୍ଲାର ଏହି ଦାଦନ ଶ୍ରମିକମାନେ ତେଲେଙ୍ଗାନା ଜଗଡିଆଲ ଜିଲ୍ଲାରେ ଏକ ଇଟା ଭାଟିରେ କାମ କରୁଥିଲେ ।
ସେଠାରେ ତାଙ୍କୁ ବିନା ପାଉଣାରେ ଖଟା ଯାଉଥିବା ବେଳେ ନିର୍ଯ୍ୟାତନାର ଅଭିଯୋଗ ଆସିଥିଲା । ଯେଉଁଥିରେ ଶିଶୁମାନେ ମଧ୍ୟ ଥିବାର ଜଣାପଡିଥିଲା । ସେପଟେ ଏହି ଅଭିଯୋଗ ଆସିବା ପରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଚାଇଲ୍ଡ ଲାଇନ୍ ଓ ପୋଲିସ୍ ମିଳିତ ଭାବରେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି । ଯେଉଁଥିରେ 24 ଜଣ ଶିଶୁ ଥିବା ବେଳେ 20 ଜଣ ମହିଳା ଓ 27 ଜଣ ପୁରୁଷ ଅଛନ୍ତି ।