ବଲାଙ୍ଗୀର: ବଲାଙ୍ଗୀର ପୋଲିସ ଦ୍ବାରା ସାତ ଜଣ ଡକାୟତ ଗିରଫ । ନିକଟରେ ଏମାନେ ଖପ୍ରାଖୋଲ ଥାନା ଶାନ୍ତିପୁର ଗ୍ରାମରେ ଡକାୟତି କରି ଫେରାର ଥିଲେ ।
ଜିଲ୍ଲା ଖପ୍ରାଖୋଲ ଥାନା ଶାନ୍ତିପୂର ଗାଁରେ ଡକାୟତି ଘଟଣାରେ ଧରାପଡିଲେ ଅଭିଯୁକ୍ତ । ଘଟଣାରେ ସଂପୃକ୍ତ ୭ ଡକାୟତକୁ ଗିରଫ କରିଛି ଖପ୍ରାଖୋଲ ପୋଲିସ । ଗିରଫ ଅଭିଯୁକ୍ତମାନେ ହେଲେ ନୟାଗଡ଼ର ରାହୁଲ ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଜିତେନ୍ଦ୍ର ଡାଲମା, ମିଟୁ ସ୍ୱାଇଁ, ଜିତେନ୍ଦ୍ର ନାୟକ ଓ କିଶିଣ୍ଡାର ବିଭୂଷଣ ପଧାନ ଏବଂ ଲୁଇସିଂହାର ସୁନିଲ ସାହୁ ।
ଗତ ଶୁକ୍ରବାର ରାତିରେ ଫିଲ୍ମ ଷ୍ଟାଇଲରେ ରେଢ଼ାଖୋଲରେ ୭ ଜଣ ଡକାୟତକୁ କାବୁ କରି ଖପ୍ରାଖୋଲକୁ ଆଣିଥିଲା ପୋଲିସ । ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ୍ । ତେବେ ଘଟଣାରେ ଆଉ କେଉଁ ମାନଙ୍କର ସଂପୃକ୍ତି ରହିଛି ସେମାନଙ୍କୁ ଧରିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।