ଓଡିଶା

odisha

ETV Bharat / state

ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, 7 ଆନ୍ଦୋଳନକାରୀ ଅଟକ - balangir WCD Minister's visit

ବଲାଙ୍ଗୀର ତୁଷୁରାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ସହିତ କଳା ପତାକା ଦେଖାଯାଇଛି । ଏହି ଘଟଣାରେ ସାତ ଅଟକ ହେବା ପରେ ଥାନା ଘେରାଉ କରାଯାଇଛି । ଅଧିକ ପଢନ୍ତୁ...

ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ସାତ ଆନ୍ଦୋଳନକାରୀ ଅଟକ
ମନ୍ତ୍ରୀଙ୍କ ଗସ୍ତକୁ ବିରୋଧ, ସାତ ଆନ୍ଦୋଳନକାରୀ ଅଟକ

By

Published : Jun 18, 2021, 7:44 AM IST

ବଲାଙ୍ଗୀର: ତୁଷୁରା ଗସ୍ତରେ ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଆସିଥିବା ବେଳେ ତାଙ୍କର ଏହି ଗସ୍ତକୁ ତୀବ୍ର ବିରୋଧ କରାଯିବା ସହ କଳା ପତାକା ପ୍ରଦର୍ଶନ କରାଯାଇଛି । ତେବେ ତୁଷୁରା ଡାକ୍ତରଖାନାର ବିଭିନ୍ନ ସମସ୍ୟା ଓ ଡ଼ାକ୍ତର ନିଯୁକ୍ତି ଦାବିରେ ଏଠିକାର ଆକ୍ସନ କମିଟି ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଛି ।

ସମସ୍ୟା ସମାଧାନର କୌଣସି ପ୍ରତିଶୃତି ମିଳି ନଥିବା ବେଳେ ଏମାନେ ତୁଷୁରା ନେତା ତଥା ମନ୍ତ୍ରୀଙ୍କୁ ପ୍ରବେଶ କରିବାକୁ ଦେବେ ନାହିଁ ବୋଲି କହିଥିଲେ। ସେହିଭଳି ଗୁରୁବାର ମନ୍ତ୍ରୀ ଟୁକୁନି ସାହୁ ତୁଷୁରା ଗସ୍ତରେ ଆସିଥିବା ବେଳେ ତାଙ୍କୁ ଏମାନେ ବିରୋଧ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି । ଯାହାକୁ ନେଇ ତୁଷୁରା ପୋଲିସ୍ ସାତ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି । ସେପଟେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ତୁଷୁରା ଆକ୍ସନ କମିଟିର ଶତାଧିକ ସଦସ୍ୟ ତୁଷୁରା ଥାନା ଘେରାଉ କରିଛନ୍ତି ଏବଂ ଅଟକ ଥିବା ସମସ୍ତଙ୍କୁ ଖଲାସ କରିବାର ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details