ଓଡିଶା

odisha

ସାତ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତ ଗିରଫ

By

Published : Feb 8, 2020, 9:20 PM IST

ବଲାଙ୍ଗୀର ପୋଲିସ 7 ଜଣ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନଙ୍କ ଠାରୁ ପୋଲିସ ବୋଲେରୋ ଗାଡି, ଅଟୋ, ମୋଟର ସାଇକଲ ଓ ମୋବାଇଲ ଜବତ କରିଛି । ଅଧିକ ପଢନ୍ତୁ...

7 inter state dakayat arrested  says additional sp of bolangir
ବଲାଙ୍ଗୀର 7 ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତ ଗିରଫ

ବଲାଙ୍ଗୀର: ପୋଲିସକୁ ମିଳିଛି ବଡ ସଫଳତା। ବଲାଙ୍ଗୀର ପୋଲିସ 7 ଜଣ ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଏମାନଙ୍କ ଠାରୁ ପୋଲିସ 1 ବୋଲେରୋ ଗାଡି, 1 ଅଟୋ, 1 ମୋଟର ସାଇକଲ ଓ 4ଟି ମୋବାଇଲ ଜବତ କରିଛି । ସେହିପରି ପୋଲିସ ନଗଦ 68 ହଜାର 5ଶହ ଟଙ୍କା ଜବତ କରିଛି ।

ବଲାଙ୍ଗୀର 7 ଦୁର୍ଦ୍ଦାନ୍ତ ଆନ୍ତଃଜିଲ୍ଲା ଡକାୟତ ଗିରଫ

ବଲାଙ୍ଗୀର କୁଡ଼ା ସିଂହା ଗ୍ରାମର ବ୍ୟବସାୟୀ ଉଜ୍ବଳ ସାହୁଙ୍କ ଘର ଭିତରକୁ 15ରୁ ଊର୍ଦ୍ଧ ଡକାୟତ ପଶି ମାରଣାସ୍ତ୍ର ଦେଖାଇ 4 ଲକ୍ଷ୍ ଟଙ୍କା ଓ 30 ଭରି ସୁନା ଲୁଟି ନେଇଥିଲେ । ଏହାର ଅଭିଯୋଗ ବଲାଙ୍ଗୀର ଦେଓଗାଁ ଥାନାରେ ହୋଇଥିଲା ଏବଂ ପୋଲିସର ଏକ ସ୍ବତନ୍ତ୍ର ଦଳ ତଦନ୍ତ ଦାୟିତ୍ବ ନେଇଥିଲା । ଏଥିରେ ପୋଲିସ ନୟାଗଡ଼ରୁ ପୂର୍ଣ୍ଣଚନ୍ଦ୍ର ମହାରଣା, ହଲୁରି ସ୍ବାଇଁ ଓ ପ୍ରଭାତ କୁମାର ନାୟକ କଜ ଗିରଫ କରିଥିଲା। ଯାହାପରେ ତାଙ୍କଠୁ ଖବର ନେଇ ବଲାଙ୍ଗୀର ଅର୍ଡା ଗ୍ରାମର ଲକ୍ଷ୍ମଣ ସୁନା , ମିଥୁନ ସୁନା , ସିଆଲ ଜୋର ଗ୍ରାମର ଘୁନ୍ଦୁ ବାରିକ ଓ ସିର୍ଜା ପାଳିର ରାଜୁ ମହନନ୍ଦକୁ ପୋଲିସ ଗିରଫ କରିଥିଲ।

ତେବେ ଏହି ଡକାୟତିର ମାଷ୍ଟର ମାଇଣ୍ଡ ଲକ୍ଷ୍ମଣ ସୁନା ବୋଲି ପୋଲିସ ଜାଣିବାକୁ ପାଇଥିଲା ପୋଲିସ । ଯିଏ ନିଜେ ସବୁ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଯୋଗାଯୋଗ କରି ଏହି କାଣ୍ଡ ଭିଆଇଥିଲା । ତେବେ ପୋଲିସ ସୂଚନା ଅନୁସାରେ ଏମାନେ ସମସ୍ତେ ବିଭିନ୍ନ ଜିଲ୍ଲାରେ ମିଳିତ ଭାବରେ ଅନେକ ଡକାୟତିରେ ସାମିଲ ଅଛନ୍ତି । ଯାହାର ପୋଲିସ ଏବେ ତଦନ୍ତ କରୁଥିବା ବେଳେ ଏହି ଗ୍ୟାଙ୍ଗର ଫେରାର ଥିବା ଅନ୍ୟମାନଙ୍କୁ ପୋଲିସ ଖୁବ ଶୀଘ୍ର ଗିରଫ କରିବ ବୋଲି କହିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details