ବଲାଙ୍ଗୀର: ବଲାଙ୍ଗୀର ବେଲପଡା ଡବଲ ମର୍ଡର ଘଟଣାରେ ପୋଲିସ 7 ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଠାରୁ ପୋଲିସ ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିବା ସହ ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି । ସେହିପରି ଏହି ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଫେରାର ଥିବାବେଳେ ପୋଲିସର ଏକ ସ୍ବତନ୍ତ୍ର ଦଳ ତାକୁ ଧରିବା ପାଇଁ ତନାଘନା ଜାରି ରଖିଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ଗତ 11 ତାରିଖରେ କେବଳ ଟ୍ରାକ୍ଟର ଡ୍ରାଇଭର ପାଉଣାକୁ ନେଇ ଦୁଇ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଥିଲା । ଯେଉଁଥିରେ ଗୋଟିଏ ପରିବାରର 2 ଜଣଙ୍କୁ ହତ୍ୟା କରା ଯାଇଥିଲା ।