ଓଡିଶା

odisha

ETV Bharat / state

ବଲାଙ୍ଗୀର ଜିଲ୍ଲାରେ ଆଉ 66 କୋରୋନା ପଜିଟିଭ ଚିହ୍ନଟ

ବଲାଙ୍ଗୀର ଜିଲ୍ଲାରେ ଆଉ 66 କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 1000 ଟପିଛି । ଅଧିକ ପଢନ୍ତୁ...

ବଲାଙ୍ଗୀର ଜିଲ୍ଲାରେ ଆଉ 66  କୋରୋନା ପଜିଟିଭ ଚିହ୍ନଟ
ବଲାଙ୍ଗୀର ଜିଲ୍ଲାରେ ଆଉ 66 କୋରୋନା ପଜିଟିଭ ଚିହ୍ନଟ

By

Published : Aug 18, 2020, 7:45 PM IST

ବଲାଙ୍ଗୀର: ଜିଲ୍ଲାରେ କୋରୋନା ବଢି ଚାଲିଥିବାବେଳେ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି । ମଙ୍ଗଳବାର ପୁଣି 66 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପିଛି ।

ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବଲାଙ୍ଗୀର ସହରରୁ 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ଆଗଲପୁର ଉପରବାହାଳରୁ 7 ଜଣ, ଗୁଭେଲା ବ୍ଲକ ସମରା ଓ ଛନ୍ତିପଦରରୁ 9 ଜଣ, ତୁଷରା ଏନଏସିରୁ 1, ବଙ୍ଗୋମୁଣ୍ଡାରୁ 8 ଜଣ, କଣ୍ଟାବାଞ୍ଜିରୁ 5 ଜଣ ଓ ଟିଟିଲାଗଡ଼ରୁ 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏ ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ହୋଇଥିବାର ସୂଚନାଥିବାବେଳେ ସମସ୍ତଙ୍କର ଚିନ୍ତା ବଢିଛି ।

ବଲାଙ୍ଗୀର ଜିଲ୍ଲାରେ ଆଉ 66 କୋରୋନା ପଜିଟିଭ ଚିହ୍ନଟ

ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1010କୁ ପହଞ୍ଚିଛି । ଜିଲ୍ଲାରୁ ମୋଟ 628 ଜଣ ସୁସ୍ଥ ହୋଇଥିବାବେଳେ 381 ଜଣ ସକ୍ରିୟ ରହିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details