ଓଡିଶା

odisha

ବଲାଙ୍ଗୀର ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କୁ ସଫଳତା, ୬ ଛାତ୍ରଛାତ୍ରୀ JEE ମେନରେ କୃତକାର୍ଯ୍ୟ

By

Published : Feb 11, 2023, 10:51 PM IST

ବଲାଙ୍ଗୀର ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପାଇଁ ଗୌରବ ଆଣିଲେ ଏଠାକାର ଛାତ୍ରୀ । ବିଦ୍ୟାଳୟର ପ୍ରାୟ ୬ଜଣ ଛାତ୍ରଛାତ୍ରୀ JEE ମେନ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

Balangir Odisha Adarsh Vidyalaya
Balangir Odisha Adarsh Vidyalaya

ବଲାଙ୍ଗୀର ଓଡ଼ିଶା ଆଦର୍ଶ ବିଦ୍ୟାଳୟଙ୍କୁ ସଫଳତା, ସ୍କୁଲର ୬ଛାତ୍ରଛାତ୍ରୀ JEE ମେନରେ ହେଲେ କୃତକାର୍ଯ୍ୟ

ବଲାଙ୍ଗୀର:ଜିଲ୍ଲାର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ସଫଳତା । ଏଠାରେ ପଢୁଥିବା ୬ଜଣ ଛାତ୍ରଛାତ୍ରୀ JEE ମେନରେ କୃତକାର୍ଯ୍ୟ ହୋଇପାରିଛନ୍ତି । ପୂର୍ବରୁ ବିଦ୍ୟାଳୟଟି ସମଗ୍ର ଭାରତରେ ଶ୍ରେଷ୍ଠ ଦଶମ ସ୍କୁଲ ଭାବରେ ପରିଗଣିତ ହୋଇ ଚର୍ଚ୍ଚାରେ ରହିଆସିଛି । ଏବେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସ୍କୁଲ ପାଇଁ ଏହି ଗୌରବ ଆଣିଦେଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ଜେଇଇ ମେନ ପରୀକ୍ଷାରେ ସବୁଠୁ ଅଧିକ ମାର୍କ ରଖିଥିବା ଜଣାପଡ଼ିଛି ।

ଗତ ଜାନୁଆରୀ ମାସରେ ଏହି ଜେଇଇ ପରୀକ୍ଷା ହୋଇଥିଲା । ଯେଉଁଥିରେ ବଲାଙ୍ଗୀର ଆଦର୍ଶ ବିଦ୍ୟାଳୟର ରୋହନ ରାଜ ଭୋଇ 98.64 ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ସାରା ରାଜ୍ୟର ଟପ୍ପର ହୋଇଛନ୍ତି । ସେହିପରି ଏହି ସ୍କୁଲର ଅନିରୁଦ୍ଧ ଯୋଶୀ 89.59, ସ୍ମୁତୀ ସରଣ ତ୍ରିପାଠୀ 88.59, ଶୁଭଙ୍କର ମିଶ୍ର 88.21, ସ୍ବସ୍ତିକ ଚନ୍ଦ୍ର ତ୍ରିପାଠୀ 80.82 ଓ ପ୍ରତୀକ୍ଷା ତ୍ରିପାଠୀ 79.74 ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ତେବେ ଏକ ସରକାରୀ ସ୍କୁଲର ଛାତ୍ରଛାତ୍ରୀ ଏଭଳି ସଫଳତା ପାଇବାରେ ଏହା ପ୍ରଥମ। କଠିନ ପରିଶ୍ରମ ଓ ଶିକ୍ଷକମାନଙ୍କର ସହାୟତା ଆମକୁ ସଫଳ କରିଥିବାର କହିଛନ୍ତି କୃତି ଛାତ୍ରଛାତ୍ରୀ ।

ଏହା ବି ପଢନ୍ତୁ- ପାଣି ବିନା ପାଣି ପଞ୍ଚାୟତ ପକ୍ଷ ପାଳନ, ବଲାଙ୍ଗୀରରେ କାଗଜପତ୍ରରେ ଚାଲିଛି ଜଳସେଚନ !

ଏମାନେ ନୀତିଦିନ ସ୍କୁଲ ଆସିବା ସହ ଘରେ ମଧ୍ୟ ନିଜେ ପାଠ ପଢିବା ଦ୍ବାରା ଏହି ସଫଳତା ହାସଲ କରିଛନ୍ତି । ଆଗକୁ ଜେଇଇ ଆଡଭାନ୍ସରେ କୃତି ଛାତ୍ର ଅନିରୁଦ୍ଧ ଯୋଶୀ ୯୫ରୁ ଊର୍ଦ୍ଧ୍ବ ମାର୍କ ରଖି କୃତକାର୍ଯ୍ୟ ହେବା ପାଇଁ ଅଧ୍ୟୟନ କରୁଥିବାର କହିଛନ୍ତି। ସେପଟେ ଏହି ଛାତ୍ରମାନେ ଜେଇଇ ଷ୍ଟେଜ ୨ ପରୀକ୍ଷାରେ ମଧ୍ୟ ସଫଳ ହେବେ ବୋଲି ଏଠିକାର ପ୍ରିନ୍ସିପାଲ କ୍ଷମାନିଧି ଝାଙ୍କର କହିଛନ୍ତି । ଏହା ବ୍ୟତୀତ ଏହି ସ୍କୁଲର ଜେଇଇ ଆଡଭାନ୍ସରେ ମଧ୍ୟ ୫ଜଣ ଛାତ୍ର ଓ ନିଟ୍‌ରେ ମଧ୍ୟ ୬ଜଣ ନିଶ୍ଚୟ ସଫଳ ହେବେ ବୋଲି ସେ କହିଛନ୍ତି । ସ୍କୁଲରେ ଏକ ଉତ୍କୃଷ୍ଟ ଅଧ୍ୟୟନର ମାହୋଲ ମଧ୍ୟରେ ଏମାନଙ୍କୁ ସବୁ ସୁବିଧା ସ୍କୁଲ ପକ୍ଷରୁ ଯୋଗାଇ ଦିଆ ଯାଇଥିବା ପ୍ରିନ୍ସିପାଲ କହିଛନ୍ତି ।

ସେହିପରି ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ଏଠାରେ ପୁସ୍ତକ ମଧ୍ୟ ଯୋଗାଇ ଦିଆଯାଇଥାଏ । ଏହାବାଦ ବର୍ଷ ତମାମ ଏଠିକାର ଛାତ୍ରଛାତ୍ରୀ ସକାଳ ୮.୩୦ ମିନିଟରୁ ପାଠପଢା ଆରମ୍ଭ କରିଥାନ୍ତି । ସେହିପରି ଏମାନେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ଅତିରିକ୍ତ କ୍ଳାସ ମଧ୍ୟ କରି ଆସୁଛନ୍ତି । ତେବେ ଛାତ୍ରଛାତ୍ରୀ କଠିନ ପରିଶ୍ରମ କରୁଥିବା ବେଳେ ଏଠିକାର ଶିକ୍ଷକମାନେ ମଧ୍ୟ ସହଯୋଗ କରିଥାନ୍ତି । ତେଣୁ ଏହି ସ୍କୁଲର ଛାତ୍ରଛାତ୍ରୀ ସବୁବେଳେ ଆଗରେ ଥିବାର କ୍ଷମାନିଧି କହିଛନ୍ତି । ଏହି ସ୍କୁଲ ପୂର୍ବରୁ ସାରା ଭରତରେ ୫ମ ଶ୍ରେଷ୍ଠ ସ୍କୁଲ ଭାବରେ ପରିଗଣିତ ହେଉଥିଲା । ହେଲେ କୋରୋନା ସମୟରେ ପରୀକ୍ଷା ନ ହେବାରୁ ସ୍କୁଲ ତାଲିକାର ଦଶମ ସ୍ଥାନରେ ରହିଛି। ଆଗକୁ ଏହି ସ୍ତରରେ ପୁଣି ଉନ୍ନତି ଆସିବ ବୋଲି ଆଶା କରିଛନ୍ତି ବିଦ୍ୟାଳୟ କର୍ତ୍ତୃପକ୍ଷ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details