ଓଡିଶା

odisha

By

Published : Aug 9, 2020, 7:46 PM IST

ETV Bharat / state

ବଲାଙ୍ଗୀରରେ ଆଉ 6 ନୂଆ କୋରୋନା ପଜିଟିଭ ରିପୋର୍ଟ

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 637ରେ ପହଞ୍ଚିଥିବାବେଳେ, ଏଥିରୁ 415 ଜଣ ସୁସ୍ଥ ହୋଇଥିବାବେଳେ, ବର୍ତ୍ତମାନ 222 ଜଣ ଚିକିତ୍ସାଧୀନ ଅଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର ଆଉ 6 ନୂଆ କୋରୋନା ପଜିଟିଭ ରିପୋର୍ଟ
ବଲାଙ୍ଗୀର ଆଉ 6 ନୂଆ କୋରୋନା ପଜିଟିଭ ରିପୋର୍ଟ

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଆଜି (ରବିବାର) ପୁଣି 6 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ଥିବା ଜଣାପଡିଛି।

ଏହାବ୍ୟତୀତ ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ରାମୁଡ ଗ୍ରାମରୁ ଜଣେ, ପୁଇଁତଲା ବ୍ଲକ ଜାମସର ଓ ଭାଲେର ଗ୍ରାମରୁ ଜଣେ, ପାଟଣାଗଡ ଦମକୀ ପାଳି ଓ ଦେଓଗାଁ ଜରାଶିଙ୍ଗାରୁ ଜଣେ ଲେଖେଁ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗୀର ଆଉ 6 ନୂଆ କୋରୋନା ପଜିଟିଭ ରିପୋର୍ଟ

ତେବେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ସେପଟେ ଏହାକୁ ମିଶାଇ ବଲାଙ୍ଗୀରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 637 ହୋଇଥିବା ବେଳେ ଏଥି ମଧ୍ୟରୁ 415 ଜଣ ସୁସ୍ଥ ହୋଇଛନ୍ତି।

ସେହିପରି ବର୍ତ୍ତମାନ 222 ଜଣ ଚିକିତ୍ସାଧୀନ ଥିବା ନେଇ ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details