ଓଡିଶା

odisha

ETV Bharat / state

ବଲାଙ୍ଗୀର ପୋଲିସକୁ ସଫଳତା, 6 ଆନ୍ତଃରାଜ୍ୟ ଡକାୟତ ଗିରଫ - ATM robbery case

6 Interstate dacoity arrested: ପୋଲିସ ଦ୍ୱାରା ଛ’ ଆନ୍ତଃରାଜ୍ୟ ଡକାୟତ ଗିରଫ । 6 ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଓ କାର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ । ଆଗକୁ ପଢ଼ନ୍ତୁ

6 ଆନ୍ତଃରାଜ୍ୟ ଡକାୟତ ଗିରଫ
6 ଆନ୍ତଃରାଜ୍ୟ ଡକାୟତ ଗିରଫ

By ETV Bharat Odisha Team

Published : Dec 21, 2023, 8:31 PM IST

Updated : Dec 21, 2023, 10:06 PM IST

6 ଆନ୍ତଃରାଜ୍ୟ ଡକାୟତ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ପୋଲିସକୁ ବଡ ସଫଳତା । ପୋଲିସ ଦ୍ୱାରା ଛ’ ଆନ୍ତଃରାଜ୍ୟ ଡକାୟତ ଗିରଫ । ତିନି ଜଣ କାରରେ ରାଜସ୍ଥାନରୁ ଫେରୁଥିବା ବେଳେ ଆଉ ତିନି ଜଣ ଫ୍ଲାଇଟରେ ଝାରସୁଗୁଡ଼ା ଆସୁଥିଲେ । ଏମାନଙ୍କ ଠାରୁ 6 ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଓ କାର ସହ ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି । ଏମାନଙ୍କ ନାରେ ବିଭିନ୍ନ ରାଜ୍ୟରେ ଦଶରୁ ଊର୍ଦ୍ଧ୍ବ ଡକାୟତି ମାମଲା ରହିଛି ।

ବଲାଙ୍ଗୀର ପୋଲିସ ଏକ ବଡ ଧରଣର ଏଟିଏମ ଲୁଟ ଘଟଣାର ତଦନ୍ତ କରି ଛ’ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି । ତେବେ ଦେଶର ବିଭିନ୍ନ ରାଜ୍ୟରେ ଏମାନଙ୍କ ନାରେ ଦଶରୁ ଅଧିକ ମାମଲା ରହିଛି । ନିକଟରେ ଏଠି ହୋଇଥିବା ଏକ ବଡ ଏଟିଏମ ଲୁଟ ଘଟଣାର ତଦନ୍ତ କରି ପୋଲିସ ଏହି ଡକାୟତ ମାନଙ୍କୁ ଧରିବାରେ ସଫଳ ହୋଇଛି । ଗତ ଡିସେମ୍ବର 16 ତାରିଖରେ ବଲାଙ୍ଗୀର ପାଟଣାଗଡ ସରମୁହାଣ ଏସବିଆସି ଏଟିଏମରୁ ସାତ ଲକ୍ଷ ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ଆସିଥିଲା । ତେବେ ବଲାଙ୍ଗୀର ଏସପିଙ୍କ ନିର୍ଦ୍ଦେଶରେ ପାଟଣାଗଡ ପୋଲିସ, ଲାଠୋର ପୋଲିସ, ବଲାଙ୍ଗୀର ଟାଉନ ପୋଲିସ ଓ ବଲାଙ୍ଗୀର ସାଇବର ପୋଲିସର ଏକାଧିକ ଟିମ ଏହା ଉପରେ ତଦନ୍ତ ଆରମ୍ଭ କରିଥିଲେ । ଶେଷରେ ତିନି ଜଣ କାରରେ ରାଜସ୍ଥାନରୁ ଫେରୁଥିବା ବେଳେ ଆଉ ତିନି ଜଣ ଫ୍ଲାଇଟରେ ଝାରସୁଗୁଡ଼ା ଆସୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଶଶୁର ଘର ନିପାତ କରିଦେଲା ଜ୍ବାଇଁ: ସ୍ତ୍ରୀ ସମେତ 5 ଜଣଙ୍କୁ ହତ୍ୟା

ପୋଲିସର ଟିମ ବାହାର ରାଜ୍ୟକୁ ଯାଇ ତଦନ୍ତ କରିଥିଲେ । ଯେଉଁଥିରେ ନାଗପୁର ସିଟି ପୋଲିସ ଓ ମଧ୍ୟପ୍ରଦେଶ ପୋଲିସ ତଥା ଡିସିପି ଅପୂର୍ବ ଭଳା ପ୍ରମୁଖ ସହଯୋଗ କରିଥିଲେ । ତେବେ ଏମାନଙ୍କ ଠାରୁ ଏକ ହୁଣ୍ଡାଇ କାର, ଛ’ ଲକ୍ଷ 62 ହଜାର ନଗଦ ଟଙ୍କା, ଛଟି ଏଟିଏମ କାର୍ଡ ନକଲି ପ୍ରମାଣ ପତ୍ର ଇତ୍ୟାଦି ଜବତ ହୋଇଛି । ଏସପି କହିଛନ୍ତି ଯେ,’’ଏମାନଙ୍କ ନାରେ ଓଡ଼ିଶାରେ ସାତଟି ଡକାୟତି ମାମଲା ଥିବା ବେଳେ କର୍ଣ୍ଣାଟକ ଓ ତେଲେଙ୍ଗାନା ରାଜ୍ୟର ଏମାନଙ୍କ ନାରେ ଏକାଧିକ ଡକାୟତି ମାମଲା ରହିଛି । ତେବେ ଏମାନଙ୍କ ନାରେ ଏକ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଡକାୟତି ମାମଲା ରହିଛି । ତେବେ ଗିରଫ ଅଭିଯୁକ୍ତମାନେ ରାଜସ୍ଥାନ ଭରତପୁର ଜିଲ୍ଲାର ସଦ୍ଦାମ ଖାନ, ମୁସ୍ତକିମ, ରାହୁଲ ଖାନ, ଆବିଦ, ଏହେସାନ ଓ ରାଜସ୍ଥାନ ଅଲବର ଜିଲ୍ଲାର ବାବଲ ସରୁନ ବୋଲି । ସେହିପରି ଗିରଫ ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।’’

ଇଟିଭି ଭାରତ, ବଲାଙ୍ଗୀର

Last Updated : Dec 21, 2023, 10:06 PM IST

ABOUT THE AUTHOR

...view details