ଓଡିଶା

odisha

ବଲାଙ୍ଗୀର ଗସ୍ତରେ ସରକାରଙ୍କ ଉଚ୍ଚସ୍ତରୀୟ ଟିମ; ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

By

Published : Aug 4, 2021, 1:33 PM IST

Updated : Aug 4, 2021, 7:06 PM IST

ବଲାଙ୍ଗୀର ଗସ୍ତରେ ଉଚ୍ଚସ୍ତରୀୟ ସଚିବଙ୍କ ଟିମ । ୫ଟି ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟ ଶାସନ ସଚିବ ତଦାରଖ କଲେ ଉନ୍ନୟନ ମୂଳକ କାର୍ଯ୍ୟ । ଅଧିକ ପଢନ୍ତୁ....

ବାଲାଙ୍ଗୀର ଗସ୍ତରେ ସରକାରଙ୍କ ଉଚ୍ଚସ୍ତରୀୟ ଟିମ; ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ
ବାଲାଙ୍ଗୀର ଗସ୍ତରେ ସରକାରଙ୍କ ଉଚ୍ଚସ୍ତରୀୟ ଟିମ; ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ

ବଲାଙ୍ଗୀର:ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆଜି (ବୁଧବାର) ଉଚ୍ଚ ସ୍ତରୀୟ ବୈଠକ ନେଇ ସଚିବ ମାନେ ଗସ୍ତ କରିଛନ୍ତି । ଯେଉଁଥିରେ କି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା 5 ଟି ସଚିବ ଭିକେ ପାଣ୍ଡିଆନ, ଓଡ଼ିଶା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ପ୍ରମୁଖ ସାମିଲ ଅଛନ୍ତି ।

ବାଲାଙ୍ଗୀର ଗସ୍ତରେ ସରକାରଙ୍କ ଉଚ୍ଚସ୍ତରୀୟ ଟିମ; ଉନ୍ନୟନ ମୂଳକ କାର୍ଯ୍ୟର କଲେ ତଦାରଖ

ତେବେ ପ୍ରଥମେ ଟିମ୍ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ଓ ପରେ ପତିତପାବନ ଏକାଡେମୀ ହାଇସ୍କୁଲକୁ ଯାଇ ସେଠାରେ ଚାଲିଥିବା 5 ଟି ଟ୍ରାନ୍ସଫରମେଶନ ନେଇ ତଦାରଖ କରିଥିଲେ। ଯେଉଁଥିରେ ଏହି ସ୍କୁଲ ଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସ, ଆଇସିଟି ଲ୍ୟାବ ଇତ୍ୟାଦିର ଅନୁଧ୍ୟାନ କରିଛନ୍ତି । ଏହାପରେ ଏହି ଟିମ୍ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜରେ ପହଁଞ୍ଚି ସେଠିାରେ ନିର୍ମାଣାଧୀନ ଥିବା ଅମ୍ଳଜାନ ଉତ୍ପାଦନ କେନ୍ଦ୍ର ବୁଲି ଦେଖିଛନ୍ତି। ଏବଂ ତାହା ଏକ ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ଓ ଲୋକଙ୍କ ସେବାରେ କାର୍ଯ୍ୟ କରିବ ବୋଲି ସୂଚନା ଦେଇଛନ୍ତି ।

ବଲାଙ୍ଗୀର ଗସ୍ତରେ ସରକାରଙ୍କ ଉଚ୍ଚସ୍ତରୀୟ ଟିମ; ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ସେହିପରି ଏହି ଟିମ୍ ଭୀମଭୋଇ ମେଡିକାଲ କଲେଜ ପରିସର ମଧ୍ୟରେ ନିର୍ମାଣାଧୀନ ଥିବା 660 ଶଯ୍ୟା ଡ଼ାକ୍ତରଖାନା ବୁଲି ଦେଖିବା ସହ ତାହା ଡିସେମ୍ବର 2020 ସୁଦ୍ଧା ସରିବା ନେଇ ସୂଚନା ଦେଇଛନ୍ତି । ସେହିପରି ସମାନ ଭାବେ ଏହି ଟିମ୍ ବଲାଙ୍ଗୀର ଆଦର୍ଶ ବିଦ୍ୟାଳୟ ବୁଲି ଦେଖିବା ପରେ ଲୋୟର ସୁକତେଲ ପ୍ରକଳ୍ପ ସ୍ଥାନକୁ ଯାଇ ପ୍ରକଳ୍ପର ଅଗ୍ରଗତି ବାବଦରେ ବୁଝି ଦେଖିଥିଲେ। ଏବଂ ଏହି ପ୍ରକଳ୍ପର ସ୍ପିଲ ୱେ କାମ 75 ପ୍ରତିଶତ ସାରିଥିବା ବେଳେ ମାଟି ଡେମ କାମ 45 ପ୍ରତିଶତ ସରିଥିବା ନେଇ କହିଛନ୍ତି ।

ସେହିପରି ଦୁଇ ବର୍ଷ ମଧ୍ୟରେ ଏହା ସମାପ୍ତ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Aug 4, 2021, 7:06 PM IST

ABOUT THE AUTHOR

...view details