ବଲାଙ୍ଗୀର:ଜିଲ୍ଲା କଣ୍ଟାବାଞ୍ଜି ଲଜରୁ ଟଙ୍କା ଜବତ ଘଟଣା । ଚଢାଉ କରି ଲଜରୁ ଜବତ ହୋଇଥିବା 58 ଲକ୍ଷ ଟଙ୍କାର ପ୍ରକୃତ ହିସାବ ମିଳୁନାହିଁ । ବଲାଙ୍ଗୀର ଏସପି ସମ୍ପୃକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କଣ୍ଟାବାଞ୍ଜି ସ୍ଥିତ ଅନ୍ନପୂର୍ଣ୍ଣା ଲଜରେ ପୋଲିସ ଚଢାଉ କରି ଆନ୍ଧ୍ରର 7ଜଣଙ୍କୁ ଗିରଫ କରିବା ସହ 58 ଲକ୍ଷ୍ୟ ଜବତ କରିଥିଲା ।
ବିଶେଷ ସୁତ୍ରରୁ ଖବର ପାଇ ଅନ୍ନପୂର୍ଣ୍ଣା ଲଜରେ ଅଚାନକ ଚଢାଉ କରିଥିଲା ପୋଲିସ । ସେପ୍ଟେମ୍ବର 16 ତାରିଖରେ ଏହି ମିଶନରେ ବାହାରିଥିଲା ପୋଲିସ । ଲଜରେ ଜୁଆ ଖେଳୁଥିବା 7 ଜଣଙ୍କ ସମେତ ସେମାନଙ୍କଠୁ ତାସ, ବେଡ ସିଟ, ମୋବାଇଲ ଫୋନ ଓ ନଗଦ 58 ଲକ୍ଷ ଟଙ୍କା ଜବତ କରିଥିଲା ପୋଲିସ । ଜବତ ଟଙ୍କା 58 ଲକ୍ଷ ନୁହେଁ ବରଂ ତାଠାରୁ ଅଧିକ ବୋଲି ଚର୍ଚ୍ଚା ହୋଇଥିଲା । ପୋଲିସ୍ ଉପରେ ଲୋକଙ୍କ ସନ୍ଦେହ ମଧ୍ୟ ହୋଇଥିଲା । ଯାହା ଉପରେ ନିଜେ ଏସପି ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି ।