ବଲାଙ୍ଗୀର: ଜିଲ୍ଲାରେ ସୋମବାର ତିନୋଟି ସ୍ୱତନ୍ତ୍ର ଟ୍ରେନ ଯୋଗେ 5 ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ଶ୍ରମିକ ଓଡିଶା ଆସି ପହଞ୍ଚିଛନ୍ତି। ତେବେ ପ୍ରଥମ ଟ୍ରେନ ଟି ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ରୁ ଆସିଥିବା ବେଳେ ଏଥିରେ ଓଡ଼ିଶାର 30 ଟି ଜିଲ୍ଲାର 13 ଶହ 81 ଜଣ ଓହ୍ଲାଇଥିଲେ।
ଦ୍ୱିତୀୟ ଓ ତୃତୀୟ ଟ୍ରେନ ତେଲେଙ୍ଗାନା କାଜୁ ପେଟା ରୁ ଆସିଥିଲା । ଯେଉଁଥିରେ 2ହଜାର ଓ 18 ଶହ ପ୍ରବାସୀ ଶ୍ରମିକ ବଲାଙ୍ଗୀର ରେ ଆସି ପହଞ୍ଚିଥିଲା। ତେବେ ସମସ୍ତଙ୍କୁ ବସ ଯୋଗେ ତାଙ୍କ ନିଜ ନିଜ ଜିଲ୍ଲାକୁ ପଠାଇ ଦିଆଯାଇଛି।