ଓଡିଶା

odisha

By

Published : Oct 10, 2020, 7:17 AM IST

Updated : Oct 10, 2020, 7:27 AM IST

ETV Bharat / state

ଧରାପଡିଲେ ୫ ଲୁଟେରା, ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠୁ କରିଥିଲେ ଲୁଟ୍

ବଲାଙ୍ଗୀର ପୋଲିସ ହାତରେ ଧରା ପଡ଼ିଲେ ୫ ଲୁଟେରା । କିଛି ଦିନ ହେବ ଦେଓଗାଁ ଅଞ୍ଚଳରେ ଲୁଟପାତ ମାମଲା ବଢ଼ି ଥିବା ବେଳେ ପୋଲିସକୁ ଏଥିରେ ମିଳିଛି ସଫଳତା । ଅଧିକ ପଢନ୍ତୁ...

5 robbers arrested in bolangir
ଧରାପଡିଲେ ୫ ଲୁଟେରା, ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ କରିଥିଲେ ଲୁଟ୍

ବଲାଙ୍ଗୀର: ପୋଲିସ ହାତରେ ଧରା ପଡ଼ିଲେ ୫ ଲୁଟେରା । କିଛି ଦିନ ହେବ ଦେଓଗାଁ ଅଞ୍ଚଳରେ ଲୁଟପାତ ମାମଲା ବଢ଼ି ଥିବା ବେଳେ ପୋଲିସକୁ ମିଳିଛି ଏଥିରେ ବଡ଼ ସଫଳତା । ସୂଚନା ଅନୁସାରେ, ନିକଟରେ ବଲାଙ୍ଗୀର ଅନ୍ନପୂର୍ଣ୍ଣା ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କ ଠାରୁ ଦୁର୍ବୃତ୍ତମାନେ 33 ହଜାର ଟଙ୍କା ଲୁଟି ନେଇଥିଲେ।

ଧରାପଡିଲେ ୫ ଲୁଟେରା, ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠୁ କରିଥିଲେ ଲୁଟ୍

ଦେଓଗାଁ ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା । ଏବଂ ଏହାର ତଦନ୍ତ କରି ପୋଲିସ ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ଠାରୁ ଟଙ୍କା, ଦୁଇଟି ମୋଟର ସାଇକଲ, ଚାରୋଟି ମୋବାଇଲ ଜବତ କରିଛି। ଏବଂ ଅଭିଯୁକ୍ତ ମାନଙ୍କର ଡାକ୍ତରୀ ମାଇନା କରି ଏମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Oct 10, 2020, 7:27 AM IST

ABOUT THE AUTHOR

...view details