ଓଡିଶା

odisha

ETV Bharat / state

ବଲାଙ୍ଗୀରରେ 5 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 519କୁ ବୃଦ୍ଧି

ବଲାଙ୍ଗୀର ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ମଙ୍ଗଳବାର ଜିଲ୍ଲାରେ 5 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାର ମୋଟ ସଂକ୍ରମିତଙ୍କ ସଂଖ୍ୟା 519ରେ ପହଞ୍ଚିଛି ।

ବଲାଙ୍ଗୀରରେ 5 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 519କୁ ବୃଦ୍ଧି
ବଲାଙ୍ଗୀରରେ 5 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 519କୁ ବୃଦ୍ଧି

By

Published : Aug 4, 2020, 10:51 PM IST


ବଲାଙ୍ଗୀର: ଜିଲ୍ଲାରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି କ୍ରମରେ ମଙ୍ଗଳବାର ଜିଲ୍ଲାରେ 5 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲାର ସବୁ ସହର ପ୍ରାୟତଃ କୋରୋନା ନିଜର କାୟା ବିସ୍ତାର କରି ସାରିଥିବା ବେଳେ ବଲାଙ୍ଗୀର ସହରରେ ସ୍ଥିତି ସଙ୍ଗୀନ ରହିଛି । ଏଯାବତ୍ ସହରରେ 200ରୁ ଊର୍ଦ୍ଧ୍ବ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ ମଙ୍ଗଳବାର ଜିଲ୍ଲାର କଣ୍ଟାବାଞ୍ଜି ସହରକୁ ମଧ୍ୟ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି । ୱେବନ ସହର ମଧ୍ୟରୁ ତିନି ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ବଲାଙ୍ଗୀର ସହର ବେହେରାପାଲିରୁ ମଧ୍ୟ ଜଣେ କୋରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଛନ୍ତି । ସମାନ ଭାବରେ ଆଗଲପୁର ବ୍ଲକ ବୁରଭାଟି ଗ୍ରାମରେ ମଧ୍ୟ ଜଣେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ 5 କୋରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା 519କୁ ବୃଦ୍ଧି

ଆଜି ଚିହ୍ନଟ ସମସ୍ତ ସଂକ୍ରମିତ ସ୍ଥାନୀୟ ବୋଲି ଜଣାପଡିବା ପରେ ସମସ୍ତଙ୍କ ଚିନ୍ତା ଦ୍ବିଗୁଣିତ ହୋଇଛି । ପ୍ରକାଶ ଥାଉ କି, ବଲାଙ୍ଗୀରରେ ମୋଟ ପଜିଟିଭ ସଂଖ୍ୟା 519ରେ ପହଞ୍ଚି ଥିବାବେଳେ ଏଥିମଧ୍ୟରୁ 322 ଜଣ ସୁସ୍ଥ ଏବଂ 197 ଜଣଙ୍କ ଚିକିତ୍ସା ଏବେ ବି ଜାରି ରହିଛି ବୋଲି ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details