ଓଡିଶା

odisha

ETV Bharat / state

5 ଲୁଟେରା ଗିରଫ, ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କୁ କରୁଥିଲେ ଟାର୍ଗେଟ - ଫାଇନାନ୍ସ କମ୍ପାନୀ କର୍ମଚାରୀ

କ୍ରମାଗତ ଭାବରେ ବିଭିନ୍ନ ବଲାଙ୍ଗୀର ଜିଲ୍ଲାର ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କଠାରୁ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଲୁଟ କରିଆସୁଥିଲେ 5 ଲୁଟେରା । ଏମାନଙ୍କୁ ଧରିବାରେ ସଫଳ ହେଲା ବଲାଙ୍ଗୀର ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

By

Published : Aug 5, 2019, 9:09 PM IST

ବଲାଙ୍ଗୀର: ପୋଲିସକୁ ମିଳିଛି ବଡ଼ ସଫଳତା । ଗିରଫ ହୋଇଛନ୍ତି 5 ଜଣ ଦୁର୍ଦ୍ଦାନ୍ତ ଲୁଟେରା । ବଲାଙ୍ଗୀରରେ କ୍ରମାଗତ ଭାବରେ ବିଭିନ୍ନ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କଠାରୁ ଛିନତାଇ, ମରଣାନ୍ତକ ଆକ୍ରମଣ ଓ ଲୁଟ ମାମଲାରେ ଗିରଫ ଲୁଟେରାଙ୍କ ସମ୍ପୃକ୍ତି ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏକାଧିକ ଅପରାଧିକ ମାମଲାରେ ଗିରଫ ଅଭିଯୁକ୍ତମାନ ସମ୍ପୃକ୍ତ ଥିଲେ । ତେବେ ଏମାନଙ୍କ ଠାରୁ ପୋଲିସ ଏକ ନକଲି ପିସ୍ତଲ ସହ ତିନୋଟି ଦାମୀ ମୋଟର ସାଇକଲ, 7ଟି ମୋବାଇଲ ଓ 3ହଜାର ଟଙ୍କା ଜବତ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।


ନିକଟରେ ଏମାନେ ସ୍ପନ୍ଦଣା ସୃତି ଫାଇନାନ୍ସ କମ୍ପାନୀର ଜଣେ ଏଜେଣ୍ଟଙ୍କ ଠାରୁ ବନ୍ଧୁକ ଦେଖାଇ 20 ହଜାର ଟଙ୍କା ଓ ମୋବାଇଲ ଇତ୍ୟାଦି ଲୁଟ କରିଥିଲେ । ଯାହାର ତଦନ୍ତ କରୁଥିବା ବେଳେ ପୋଲିସ ଏହି ପାଞ୍ଚ ଜଣିଆ ଗ୍ରୁପକୁ ଧରିବାରେ ସଫଳ ହୋଇଥିଲା ।

ଅଭିଯୁକ୍ତ ଧରା ପଡିବା ପରେ ପୁଇଁତଲା ଥାନା ଅଞ୍ଚଳରେ ଦୁଇଟି ଏହିଭଲି ମାମଲା, ବଲାଙ୍ଗୀର ସଦର ଥାନା ଅଞ୍ଚଳରେ ଗୋଟିଏ ଓ ଦେଓଗାଁ ଠାରେ ବ୍ୟାଙ୍କ ଡକାୟତିରେ ଏମନେ ସମ୍ପୃକ୍ତ ଥିବାର ପୋଲିସ ଜାଣିବାକୁ ପାଇଛି । ତେବେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ପୁଇଁତଲା ବ୍ଳକର ଜିତେନ୍ଦ୍ର ନାଗ, ଶିବ ପ୍ରସାଦ ଜାଲ, ମାୟାଧର ସୁନା, ଚୁଡାମଣି ସିକା ଓ ଦେଓଗାଁର ଅଶୋକ ହରପାଳ ବୋଲି ଜଣାପଡିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details