ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ବଢୁଛି ସଂକ୍ରମଣ, ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ

ପୁଣି ବଲାଙ୍ଗୀରକୁ କଣ୍ଟେନମେଣ୍ଟ ଜୋନ ଫେରିଲା । ଜିଲ୍ଲାରୁ ସର୍ବାଧିକ 458 କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ଅଧିକ ପଢନ୍ତୁ....

ବଲାଙ୍ଗୀରରେ ବଢୁଛି ସଂକ୍ରମଣ ସହ କଣ୍ଟେନମେଣ୍ଟ ଜୋନ
ବଲାଙ୍ଗୀରରେ ବଢୁଛି ସଂକ୍ରମଣ ସହ କଣ୍ଟେନମେଣ୍ଟ ଜୋନ

By

Published : Apr 30, 2021, 10:44 PM IST

ବଲାଙ୍ଗୀର: କୋରୋନା ସଂକ୍ରମଣ ଶୀର୍ଷରେ ଥିବାବେଳେ ବଲାଙ୍ଗୀରକୁ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ । ଏଥିସହ ଜିଲ୍ଲାରୁ ମଧ୍ୟ ସଂକ୍ରମଣ ସଂଖ୍ୟା 458 ରେ ପହଞ୍ଚିଛି ।

ବଲାଙ୍ଗୀରରେ ବଢୁଛି ସଂକ୍ରମଣ ସହ କଣ୍ଟେନମେଣ୍ଟ ଜୋନ

ସେହିପରି ସହର ଠୁଁ ଗ୍ରାମାଞ୍ଚଳ ସବୁଠି ସଂକ୍ରମିତଙ୍କ ସଂଖ୍ୟା ବଢ଼ିଛି । ଏଥିପାଇଁ ଜିଲ୍ଲାକୁ ପୁଣି କଣ୍ଟେନମେଣ୍ଟ ଜୋନ ଫେରିଛି । ତେବେ ଏଥିରେ ଆଜି(ଶୁକ୍ରବାର) ଟିଟିଲାଗଡର ଦୁଇଟି ପଡ଼ା ସର୍ଗିଗୁଡ଼ା ଓ ଠିକାଦାର ପଡ଼ା, ପାଟଣାଗଡ଼ ଧୂମଭଟା କଣ୍ଟାବାଞ୍ଜିର ଗୋଟିଏ ପଡ଼ା ଓ ବଲାଙ୍ଗୀର ସହର ମଧ୍ୟରେ ଦୁଇଟି ପଡ଼ାକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରାଯାଇଛି । ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବରେ ସିଲ୍ କରାଯାଇଛି । ସେହିପରି ସହର ତଥା ଗ୍ରାମାଞ୍ଚଳରେ କୋଭିଡ ନିୟମ କଡାକଡ଼ି ପାଳନ ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ଚଢାଉ ଜାରିରଖିଛି ।

ଏହିପରି ଆଜି ବଲାଙ୍ଗୀର ସହର ମଧ୍ୟରେ ପୋଲିସ୍ ଓ ଜିଲ୍ଲା ପ୍ରଶାସନ ସବୁ ଦୋକାନ ବଜାରରେ ଯାଞ୍ଚ କରିବା ସହ ଅମାନିଆଙ୍କ ଉପରେ ଜରିମାନା ପକାଇଛି । ଲୋକଙ୍କୁ କେଭିଡ୍ ନିୟମ କଡାକଡ଼ି ଭାବରେ ପାଲନ କରିବାକୁ ନିବେଦନ ମଧ୍ୟ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details