ଓଡିଶା

odisha

By

Published : Jan 29, 2021, 9:15 AM IST

ETV Bharat / state

440 ବୋତଲ କଫ ସିରଫ ଜବତ, ଦୁଇ ଗିରଫ

ପଣ୍ଡ ହେଲା ବେଆଇନ କଫ ସିରଫ ଚାଲାଣ । ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ବଲାଙ୍ଗୀର ସଦର ପୋଲିସ । ଅଧିକ ପଢନ୍ତୁ...

440 ବୋତଲ କଫ ସିରଫ
440 ବୋତଲ କଫ ସିରଫ

ବଲାଙ୍ଗୀର:ଭଣ୍ଡୁର ହେଲା ବେଆଇନ କଫ ସିରଫ ଚାଲାଣ । ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ କଫ ସିରଫ ନିଶା କାରବାର ପ୍ରାୟତଃ ଜିଲ୍ଲାରେ ବନ୍ଦ ରହିଥିବା ବେଳେ ଏବେ ପୁଣି ନିଶା ବେପାର ଆରମ୍ଭ ହୋଇଛି । ପୋଲିସ ଚାରି ଶହ ଚାଳିଶ ବୋତଲ କଫ ସିରଫ ସହିତ ଦୁଇଜଣଙ୍କୁ ଗରଫ କରିଛି ।

440 ବୋତଲ କଫ ସିରଫ ଜବତ

ସୂଚନାଅନୁସାରେ, ବର୍ତ୍ତମାନ ପୁଣି ଜିଲ୍ଲାରେ ଆରମ୍ଭ ହୋଇଛି ବେଆଇନ ନିଶା କାରବାର । ଗାଁ ଗହଳିର ଲୋକଙ୍କୁ ଟାର୍ଗେଟ କରିଛନ୍ତି ମାଫିଆ । ଗୁରୁବାର ବଲାଙ୍ଗୀର ସଦର ପୋଲିସ ଏକ କାରରୁ ପାଞ୍ଚ ହଜାର 4 ଶହ ଚାଳିଶ ବୋତଲ କଫ ସିରପ ଜବତ କରିଛି । ଜବତ ହୋଇଥିବା ବେଆଇନ କଫ ସିରଫ ସୋନପୁର ଜିଲ୍ଲାରୁ ବଲାଙ୍ଗୀର ପାଟଣାଗଡ଼କୁ ଚାଲାଣ ହେଉଥିଲା। ଘଟଣାରେ ଦୁଇଜଣଙ୍କୁ ଗରିଫ କରିଛି ପୋଲିସ ।

ପୋଲିସର କଡା କାର୍ଯ୍ୟାନୁଷ୍ଠାନ ପରେ ବି ଜିଲ୍ଲାରେ ପୁଣି ନିଶା କାରବାର ଆରମ୍ଭ ହେବା ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି । ତେବେ ଏହାର ମୁଖ୍ୟ ମାଷ୍ଟରମାଇଣ୍ଡକୁ ଧରିବାକୁ ପୋଲିସ ଚେଷ୍ଟା କରୁଥିବା ଏହାର ନେଟୱର୍କକୁ ମଧ୍ୟ ଧରିବାର ଯୋଜନା କରୁଛି ବୋଲି କହିଛନ୍ତି ବଲାଙ୍ଗୀର ଏସପି ନିତିନ କୁସଲକର ।

ବଲାଙ୍ଗୀରରୁ ସେଖ ସହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details