ଓଡିଶା

odisha

ETV Bharat / state

କୋରୋନା ସଂକ୍ରମଣ ଚିନ୍ତା, 4 ଦିନ ଯାଏଁ ବଲାଙ୍ଗୀର ବନ୍ଦ - 4 ଦିନ ବଲାଙ୍ଗୀର ବନ୍ଦ

ବଲାଙ୍ଗୀରରେ ଅଣାୟତ୍ତ ହେଉଛି କୋରୋନା ସ୍ଥିତି । ସଂକ୍ରମଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଚାରି ଦିନିଆ ସଟ ଡାଉନ ଘୋଷଣା । ଶୁକ୍ରବାର ଠାରୁ ଆରମ୍ଭ ହୋଇଛି ସଟଡାଉନ । ଅଧିକ ପଢ଼ନ୍ତୁ...

4 days shutdown in Balangir, shutdown starts from in balangir, Balangir news, କୋରୋନା ସଂକ୍ରମଣ ଚିନ୍ତା, 4 ଦିନ ବଲାଙ୍ଗୀର ବନ୍ଦ, ବାଲାଙ୍ଗୀର କୋରୋନା ସ୍ଥିତି
କୋରୋନା ସଂକ୍ରମଣ ଚିନ୍ତା, 4 ଦିନ ବଲାଙ୍ଗୀର ବନ୍ଦ

By

Published : Jul 31, 2020, 10:40 AM IST

ବଲାଙ୍ଗୀର: ଜିଲ୍ଲାରେ ଭୟଙ୍କର ହେଉଛି କୋରୋନା ସ୍ଥିତି । ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲ୍ଲାକୁ ଚାରି ଦିନିଆ ସଟଡାଉନ ଘୋଷଣା କରିଛନ୍ତି। ଅତ୍ୟାବଶ୍ୟକ ସେବା ଓ ବ୍ୟବସ୍ଥା ଛାଡି ଜିଲ୍ଲାରେ ସବୁ ବନ୍ଦ ରହିଛି।

କୋରୋନା ସଂକ୍ରମଣ ଚିନ୍ତା, 4 ଦିନ ବଲାଙ୍ଗୀର ବନ୍ଦ

ସାରା ରାଜ୍ୟରେ ପ୍ରତିଦିନ 1000 ଉପରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯାହା ଏବେ ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ହୋଇଛି । ବିଭିନ୍ନ ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ପର୍ଯ୍ୟାୟକ୍ରମେ ସଟ ଡାଉନ ଜାରି ରହିଛି । ବଲାଙ୍ଗୀର ଜିଲ୍ଲାରେ ମଧ୍ୟ କୋରୋନାର ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଥିବା ବେଳେ ସ୍ଥିତି ଏବେ ଅଣାୟତ୍ତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଠାରୁ ବଲାଙ୍ଗୀର ଜିଲ୍ଲାକୁ ଆସନ୍ତା ଚାରି ଦିନ ପାଇଁ ସଟ ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ।

ତେବେ ଏଥିରେ ଶୁକ୍ରବାର ବଲାଙ୍ଗୀର ଜିଲ୍ଲାରେ ଅଖ ଚକ ବନ୍ଦ ହେବା ସହ ଦୋକାନ ବଜାର ସବୁ ସମ୍ପୂର୍ଣ୍ଣ ବନ୍ଦ ରହିଛି। ସ୍ଥାନେ ସ୍ଥାନେ ପୋଲିସ ମୁତୟନ ହୋଇ ଲୋକଙ୍କୁ ଯାଞ୍ଚ କରୁଛନ୍ତି। ସେପଟେ ଅତ୍ୟାବଶ୍ୟକ ସେବା ବ୍ୟବସ୍ଥାକୁ ଏଥିରୁ ବାଦ ଦିଆଯାଇଛି। ଯେଉଁଥିରେ ସାମିଲ ରହିଛି ସ୍ବାସ୍ଥ୍ୟ ସେବା, ବ୍ୟାଙ୍କ ସେବା ଓ ଔଷଧ ଦୋକାନ ଇତ୍ୟାଦି ଛାଡି ଅନ୍ୟ ସବୁ ବନ୍ଦ ରହିଥିବାର ଦେଖିବାକୁ ମିଳିଛି। ଏହି ଚାରି ଦିନିଆ ବନ୍ଦର ଶୁକ୍ରବାର ପ୍ରଥମ ଦିନ ହୋଇଥିବା ବେଳେ ଲୋକ ମଧ୍ୟ ଏହାକୁ ସମର୍ଥନ ଦେଉଛନ୍ତି।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details