ଓଡିଶା

odisha

ETV Bharat / state

Hit and Run: ୩ ଅଭିଯୁକ୍ତ ଅଟକ, CCTV ଫୁଟେଜରେ ଦୁର୍ଘଟଣାର ଛାତିଥରା ଦୃଶ୍ୟ - ବଲାଙ୍ଗୀର ଖବର

ବଲାଙ୍ଗୀର ହିଟ ଏଣ୍ଡ ରନ ଘଟଣାରେ ପୋଲିସ ରୁଜୁ କଲା ହତ୍ୟା ମାମଲା । ତିନି ଅଟକ,ସାମନାକୁ ଆସିଲା ସିସିଟିଭି ଫୁଟେଜ । ଅଧିକ ପଢନ୍ତୁ

ବଲାଙ୍ଗୀର ହିଟ ଏଣ୍ଡ ରନ ଘଟଣା;ତିନି ଅଟକ,ସାମନାକୁ ଆସିଲା ସିସିଟିଭି ଫୁଟେଜ
ବଲାଙ୍ଗୀର ହିଟ ଏଣ୍ଡ ରନ ଘଟଣା;ତିନି ଅଟକ,ସାମନାକୁ ଆସିଲା ସିସିଟିଭି ଫୁଟେଜ

By

Published : May 22, 2022, 4:42 PM IST

ବଲାଙ୍ଗୀର:ବଲାଙ୍ଗୀର ହିଟ୍‌ ଏଣ୍ଡ ରନ (Hit and Run) ଘଟଣାରେ ହତ୍ୟା ମାମଲା ରୁଜୁ କଲା ପୋଲିସ । ଏହି ଘଟଣାରେ ତିନି ଜଣକୁ ଅଟକ ରଖି ପୋଲିସ୍ ତଦନ୍ତ ଚଳାଇଛି । ଦୁର୍ଘଟଣା ସମୟର ଛାତିଥରା CCTV ଫୁଟେଜ ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ଶନିବାର ଜମିଜମା ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ଚିତ୍ତ ମହାନ୍ତି ନିଜେ ଏକ ମିଛ ନମ୍ବର ଥିବା ମିନି ଟ୍ରକ ଦ୍ବାରା ମୋଟର ସାଇକେଲରେ ଆସୁଥିବା ସୋନୁ ନାଏକଙ୍କ ଉପରେ ଗାଡ଼ି ଚଢାଇ ଦେବାକୁ ଉଦ୍ୟମ କରିଥିଲା । ହେଲେ ସୋନୁ ଏଥିରୁ ବର୍ତ୍ତି ଯାଇଥିବାବେଳେ ବାଇକ ପଛରେ ବସିଥିବା ବରଗଡର ଶ୍ରୀକାନ୍ତ ବାଗଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା ।

ବଲାଙ୍ଗୀର ହିଟ ଏଣ୍ଡ ରନ ଘଟଣା;ତିନି ଅଟକ,ସାମନାକୁ ଆସିଲା ସିସିଟିଭି ଫୁଟେଜ

ତେବେ ଅଭିଯୋଗ ଅନୁସାରେ, ବଲାଙ୍ଗୀର RTO କାର୍ଯ୍ୟାଳୟ ଟିଟିଲାଗଡ ଅଞ୍ଚଳରେ ରହୁଥିବା ହୋଟେଲ ମାଲିକ ରବୀନ୍ଦ୍ର ନାଏକ ଓ ପଡ଼ୋଶୀ ଚିତ୍ତ ରଞ୍ଜନ ମହାନ୍ତିଙ୍କ ମଧ୍ୟରେ ଜମିଜମା ବିବାଦ ଥିଲା । ଯାହାକୁ କେନ୍ଦ୍ର କରି ଚିତ୍ତ ମହାନ୍ତି ରବୀନ୍ଦ୍ରଙ୍କ ପରିବାର ଲୋକଙ୍କୁ ହତ୍ୟା ଧମକ ଦେଇଥିଲା । ସେହିପରି କିଛି ଦିନ ପୂର୍ବରୁ ରବୀନ୍ଦ୍ର ନାଏକଙ୍କ ବଡ଼ ପୁଅକୁ ମଧ୍ୟ ସମାନ ଭାବରେ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିଲା । ଯାହାପରେ ବଡ଼ ପୁଅ ଏବେ ବୁର୍ଲାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ରହିଛି । ଆଉ ସମାନ ଢଙ୍ଗରେ ଶନିବାର ମଧ୍ୟ ରବୀନ୍ଦ୍ରଙ୍କ ସାନ ପୁଅ ସୋନୁ ନାଏକଙ୍କୁ ମଧ୍ୟ ଗାଡ଼ି ଚଢାଇ ହତ୍ୟା ଉଦ୍ୟମ କରିଥିବା ବେଳେ ଏଥିରେ ନିରୀହ ଶ୍ରୀକାନ୍ତ ବାଗଙ୍କ ମୃତ୍ୟୁ ହୋଇଥିଲା ।

ସେପଟେ ହତ୍ୟା ଅଭିଯୋଗ ଓ CCTV ଫୁଟେଜକୁ ଆଧାର କରି ପୋଲିସ ଏହାକୁ ଏକ ଯୋଜନା ବଦ୍ଧ ହତ୍ୟା କାଣ୍ଡ ଭାବରେ ମାମଲା ରୁଜୁ କରିଛି । ସେହିପରି ମୁଖ୍ୟ ଅଭିଯୁକ୍ତ ଚିତ୍ତ ମହାନ୍ତିଙ୍କୁ ଥେରୁବାଲି ଠାରୁ ଗିରଫ କରିବା ସହ ତାର ଆଉ ଦୁଇ ସହଯୋଗୀଙ୍କୁ ଅଟକ ରଖିଛି । ଏବଂ ଦଫା ହତ୍ୟା 302, ହତ୍ୟା ଉଦ୍ୟମ 307, ଓ ଅପରାଧିକ ଷଡଯନ୍ତ୍ର ଦଫା 120 (B) ଲଗାଇ ଅଧିକ ତଦନ୍ତ ଜାରି ରଖିଥିବାର ପୋଲିସ କହିଛି । ତେବେ ମୃତ ଶ୍ରୀକାନ୍ତ ବାଗ ବଲାଙ୍ଗୀର ରବୀନ୍ଦ୍ର ନାୟକଙ୍କ ହୋଟେଲରେ କାମ କରୁଥିଲେ ବୋଲି ଜଣାପଡିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ,ଇଟିଭି ଭାରତ

ABOUT THE AUTHOR

...view details