ବଲାଙ୍ଗୀର: ବଲାଙ୍ଗୀରରେ ପୁନଃ ହାଇକୋର୍ଟ ବେଞ୍ଚ ସ୍ଥାପନ, ଲୋୟର ସୁକତେଲ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଏବଂ ବାଇପାସ ଦାବି ନେଇ ବୁଧବାର ଓ ଗୁରୁବାର 2 ଦିନିଆ ବଲାଙ୍ଗୀର ବନ୍ଦ ଡାକରା ଦିଆଯାଇଥିଲା । ଏହି କ୍ରମରେ ଗୁରୁବାର ଦ୍ଵିତୀୟ ଦିନର ବନ୍ଦ ଡାକରାରେ ଅଚଳ ରହିଛି ସହରର ସମସ୍ତ ସରକାରୀ କଳ ।
ଆନ୍ଦୋଳନର ନେତୃତ୍ବ ନେଇଥିବା କ୍ରିୟା ଅନୁଷ୍ଠାନ କମିଟି ଓ ତାକୁ ସମର୍ଥନ କରୁଥିବା ଶତାଧିକ ସଙ୍ଗଠନ ସହରରେ ପିକେଟିଂ କରି ସବୁ ସରକାରୀ କାର୍ଯ୍ୟାଳୟକୁ ବନ୍ଦ କରିଛନ୍ତି । ବ୍ୟାଙ୍କ, ବୀମା କାର୍ଯ୍ୟାଳୟ, କୋର୍ଟ, କଚେରୀ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ ଗୁରୁବାର ବନ୍ଦ ରହିଛି । ତେବେ ଏହି 2 ଦିନିଆ ବନ୍ଦ ସଫଳ ହୋଇଥିବା ବେଳେ ସହରରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯାଇଛି ।