ଓଡିଶା

odisha

By

Published : Oct 30, 2022, 10:16 PM IST

Updated : Oct 30, 2022, 11:03 PM IST

ETV Bharat / state

ବାହାର ରାଜ୍ୟକୁ ଚାଲାଣ ବେଳେ ୨୭ଜଣ ଦାଦାନ ଶ୍ରମିକ ଉଦ୍ଧାର

୨୭ ଜଣ ଦାଦାନ ଶ୍ରମିକ ଉଦ୍ଧାର । ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ବେଳେ ଚଢାଉ କରି ୨୭ ଜଣଙ୍କୁ ଉଦ୍ଧାର କଲା ପାଟଣାଗଡ଼ ପୋଲିସ । ଅଧିକ ପଢନ୍ତୁ

ବାହାର ରାଜ୍ୟକୁ ଚାଲାଣ ବେଳେ ୨୭ଜଣ ଦାଦାନ ଶ୍ରମିକ ଉଦ୍ଧାର
ବାହାର ରାଜ୍ୟକୁ ଚାଲାଣ ବେଳେ ୨୭ଜଣ ଦାଦାନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର:ଜିଲ୍ଲାରେ ଥମୁନି ବାହାର ରାଜ୍ୟକୁ ବେଆଇନ ଦାଦନ ଶ୍ରମିକ ଚାଲାଣ । ଆଜି ପୁଣି ବଲାଙ୍ଗୀରରୁ ୨୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରଯାଇଥିବା ବେଳେ ଦୁଇ ଦଲାଲଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଶ୍ରମିକ ବଲାଙ୍ଗୀର, ବରଗଡ ଓ ସୋନପୁରର ହୋଇଥିବା ଜଣାପଡିଛି । କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗ୍ରାମରେ ଦାଦନ ଚାଲାଣ ବେଳେ ପାଟଣାଗଡ଼ ପୋଲିସ ଚଢାଉ କରି ୨୭ ଜଣଙ୍କୁ ଉଦ୍ଧାର କରିଛି ।

ବାହାର ରାଜ୍ୟକୁ ଚାଲାଣ ବେଳେ ୨୭ଜଣ ଦାଦାନ ଶ୍ରମିକ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁମୁଣ୍ଡି ପଞ୍ଚାୟତ ବଘଲାବନ୍ଦ ଗ୍ରାମରେ ବାହାର ରାଜ୍ୟକୁ ଶ୍ରମିକ ଚାଲାଣ ନେଇ ପାଟଣାଗଡ ପୋଲିସ ଏକ ବିଶେଷ ସୁତ୍ରରୁ ଖବର ପାଇଥିଲା । ଏହା ପରେ ଉକ୍ତ ସ୍ଥାନରେ ଚଢାଉ କରି ବରଗଡ, ସୋନପୁର ଓ ବଲାଙ୍ଗୀର ଜିଲ୍ଲାର ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ପୋଲିସ । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ 12 ଜଣ ପୁରୁଷ, 9 ଜଣ ମହିଳା ଏବଂ 7 ଜଣ ଶିଶୁ ରହିଥିବା ଜଣା ପଡିଛି । ଏଥି ସହ ଦାଦନ ଚାଲାଣ କରୁଥିବା 2ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି । ଗିରଫ ଦୁଇ ଦଲାଲ ହେଉଛନ୍ତି ବଘଲାବନ୍ଦ ଗ୍ରାମର ମହନ ମେହେର ଏବଂ ତାର ସହଯୋଗୀ ଥବିର ରାଜହଂସ ।

ଏହା ମଧ୍ୟ ପଢନ୍ତୁ-ସୂର୍ଯ୍ୟ ପରାଗରେ ବିରିୟାନୀ: ହେତୁବାଦୀଙ୍କ ବିରୋଧରେ ଏସପିଙ୍କୁ ଭେଟିଲା ଦୈବଜ୍ଞ ବ୍ରାହ୍ମଣ ସଙ୍ଘ

ସହକାରୀ ଶ୍ରମ ଅଧିକାରୀ ନିରଞ୍ଜନ ଭୂୟାଁ ପାଟଣାଗଡ ଥାନାରେ ପହଞ୍ଚି ତଦନ୍ତ କରିଥିଲେ । ଶ୍ରମ ଅଧିକାରୀ ଅଟକ ଦାଦନ ସର୍ଦ୍ଦାରକୁ ଶ୍ରମିକଙ୍କ କାଗଜପତ୍ର ମାଗିଥିଲେ । ଏନେଇ କୌଣସି କାଗଜପତ୍ର ନଥିବା ଜାଣିବା ପରେ ଶ୍ରମ ଅଧିକାରୀ ସମସ୍ତ ଶ୍ରମିକଙ୍କୁ ନିଜ ଜିମାରେ ନେଇ ନିଜ ନିଜ ଗ୍ରାମକୁ ପଠାଇ ଦେଇଥିବା ସୂଚନା ଦେଇଛନ୍ତି । ତେବେ କାମ ଧନ୍ଦା ଅଭାବରୁ ଏଠାକାର ଗରିବ ଲୋକେ ପେଟ ପାଟଣା ପାଇଁ ବାହାର ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହୋଇଥାନ୍ତି । ଏହାର ସୁଯୋଗ ନେଇ ଦାଦନ ଦଲାଲ ଜିଲ୍ଲା ପ୍ରଶାସନ ଓ ପୋଲିସ ଆଖିରେ ଧୂଳି ଦେଇ ବାବହାର ରାଜ୍ୟକୁ ଶ୍ରମିକ ଚାଲାଣ କରୁଛନ୍ତି । ତେବେ ଗତ ୨୩ ତାରିଖ ଦିନ ବାହାର ରାଜ୍ୟକୁ 10ଟି ପରିବାରର 28 ଜଣ ଦାଦନ ଶ୍ରମିକ ଚାଲାଣ ବେଳେ ବଲାଙ୍ଗୀର ସଇଁତଳା ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲା । ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ କଣ୍ଟାବାଞ୍ଜି ଓ ପରେ ଟ୍ରେନ୍‌ ଯୋଗେ ରାଜ୍ୟ ବାହାରକୁ ଚାଲାଣ ବେଳେ ସଇଁତଳା ପୋଲିସ ଚଢାଉ କରି ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରିଥିଲା ।

ବଲାଙ୍ଗୀର, ଇଟିଭି ଭାରତ

Last Updated : Oct 30, 2022, 11:03 PM IST

ABOUT THE AUTHOR

...view details