ବଲାଙ୍ଗୀର: ଜିଲ୍ଲାର ଏକ ସରକାରୀ ଆବାସିକ ସ୍କୁଲର ବହୁ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ଝାଡାବାନ୍ତି ବ୍ୟାପିବାରୁ 25ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିବା ଜଣାପଡିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସ୍କୁଲରେ ପହଞ୍ଚି ଚିକିତ୍ସା କରୁଥିବାବେଳେ ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି । ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ବ୍ଲକ ଦେଶିଲ ଗ୍ରାମ ସ୍ଥିତ ସରକାରୀ ଆଦିବାସୀ ଆବାସିକ ସ୍କୁଲର ଏଭଳି ଘଟିଛି । ତେବେ କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା ତାହା ଜଣାପଡିନାହିଁ ।
ତେବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କାନୁନ କିଶୋର ଭୋଇଙ୍କ କହିବା ଅନୁସାରେ ଆଜି ସକାଳୁ କିଛି ଛାତ୍ରଛାତ୍ରୀଙ୍କୁ ପେଟ ବ୍ୟଥା ସହ ଝାଡାବାନ୍ତି ହୋଇଥିଲା । ଅପରାହ୍ନରେ ଏଭଳି କି କିଛି ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ । ତେବେ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଡାକ୍ତରଖାନା ଆଣିବା ସମ୍ଭବ ନା ହେବାରୁ ,ସେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଖବର ଦେଇଥିଲେ । ପରେ ଖବର ପାଇ ଖୋଲାନ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ମୀନକେତନ କିଷାନଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍ ଆସି ଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ତାଙ୍କର ଚିକିତ୍ସା କରିଥିଲେ । ସମସ୍ତ ଛାତ୍ରୀଙ୍କୁ ଆବଶ୍ୟକ ଔଷଧ ସହ ଓ ଆରଏସ ବଣ୍ଟନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ....ଆଜି ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଉଦଘାଟନ, କଂସଙ୍କ କୋପରେ କମ୍ପିବ ମଥୁରାନଗରୀ