ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ଅନେକ ବଡ଼ ବଡିଆ ନେତା ଏବେ ଗାଁ ମୁହାଁ ହୋଇଛନ୍ତି । ତେବେ ବଲାଙ୍ଗୀରରେ ଜଣେ ବଡ଼ ନେତା ଏଥିରେ ଆହୁରି ପାଦେ ଆଗକୁ ଯାଇ ନିଜେ ସମିତି ଭାବରେ ପ୍ରତିଦ୍ବନ୍ଦିତା କରୁଛନ୍ତି । ଏହି ବଡ଼ ନେତା ଦିନେ କଂଗ୍ରେସ ଦଳର ବଲାଙ୍ଗୀର ବିଧାୟକ ପ୍ରାର୍ଥୀ ଭାବରେ ଲଢେଇ କରିଥିଲେ । ତେବେ ବଲାଙ୍ଗୀରର ଜଣାଶୁଣା ନେତା ଲକ୍ଷ୍ମଣ ମେହେର ଗତ 2009 ବିଧାନସଭା ନିର୍ବାଚନରେ ବଲାଙ୍ଗୀର ବିଧାୟକ ପଦବୀ ପାଇଁ କଂଗ୍ରେସ ଦଳରୁ ପ୍ରତିଦ୍ବନ୍ଦିତା କରିଥିଲେ ।
ତାଙ୍କ ବିପକ୍ଷରେ ବଲାଙ୍ଗୀର ରାଜା ପରିବାରରୁ ଅନଙ୍ଗ ଉଦୟ ସିଂହ ଦେଓ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ଏହି ନିର୍ବାଚନରେ ଲକ୍ଷ୍ମଣ ମେହେର 36 ହଜାର 82 ଭୋଟ ପାଇଥିବା ବେଳେ ଦ୍ଵିତୀୟ ସ୍ଥାନରେ ରହି ବିଜେଡି ଠାରୁ ପରାଜିତ ହୋଇଥିଲେ । ଯାହା ପରେ ସେ ବଲାଙ୍ଗୀର ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଅଧ୍ୟକ୍ଷ ଭାବରେ ନିର୍ବାଚିତ ମଧ୍ୟ ହୋଇଥିଲେ ।