ବଲାଙ୍ଗୀର: ଜିଲ୍ଲାରେ ପୁଣି 2 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 6ରେ ପହଞ୍ଚିଛି । ଚିହ୍ନଟ 2 ଜଣ ବଲାଙ୍ଗୀର ବନ୍ଦପଡା ପଞ୍ଚାୟତର ହୋଇଥିବା ବେଳେ ଉଭୟ ସୁରତ ଫେରନ୍ତା ବୋଲି ଜଣାପଡିଛି ।
ଏହି ଦୁଇ ଜଣ ଯୁବକ ଗତ 7 ତାରିଖରେ ବଲାଙ୍ଗୀର ଆସିଥିଲେ । ଏଠାରେ ଥିବା ସଙ୍ଗରୋଧ କେନ୍ଦ୍ର ରହୁଥିଲେ । ତେବେ ଏମାନେ କୋରୋନା ଆକ୍ରାନ୍ତ ଜଣାପଡ଼ିବା ପରେ 2 ଜଣଙ୍କୁ ଭୁବନେଶ୍ୱର କିମ୍ସ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।