ଓଡିଶା

odisha

ETV Bharat / state

ଆକାଶରୁ ଖସିଲା ମୃତ୍ୟୁ ! ବଜ୍ରପାତରେ ଦୁଇ ଚାଷୀ ମୃତ, ୮ ଗୁରୁତର

ବଜ୍ରାପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର । ଏନେଇ କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର । ଅଧିକ ପଢନ୍ତୁ

lightning in balangir
lightning in balangir

By ETV Bharat Odisha Team

Published : Sep 3, 2023, 9:08 AM IST

lightning in balangir

ବଲାଙ୍ଗୀର: ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବଜ୍ରପାତ । ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର । ସମସ୍ତ ଆହତ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ସେହିପରି ଅନ୍ୟପଟେ କ୍ଷତିପୂରଣ ଦାବି କରିଛନ୍ତି ମୃତକଙ୍କ ପରିବାର ।

ସୂଚନା ମୁତାବକ, ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ବ୍ଲକ କୁଟାସିଂହା ଗ୍ରାମର ଚାଷୀ ସୁରେନ୍ଦ୍ର ପାତ୍ର ଗତକାଲି ନିଜ କ୍ଷେତରେ କାମ କରୁଥିଲେ । ସେହି ସମୟରେ ବଜ୍ରପାତ ହୋଇଥିଲା । ଯେଉଁଥିରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ସେହିପରି ଅନ୍ୟପଟେ ଦେଓଗାଁ ବ୍ଲକ ଚନ୍ଦ୍ରପୁର ଗ୍ରାମର ଚାଷୀ ଅରବିନ୍ଦ ଭୋଇ ହଳ ନେଇ କ୍ଷେତକୁ ଯାଇଥିବା ବେଳେ ସେ ସନ୍ଧ୍ୟା ପର୍ଯ୍ୟନ୍ତ ଘରକୁ ଫେରି ନ ଥିଲେ । ଏନେଇ ଘର ଲୋକେ କ୍ଷେତକୁ ଯାଇ ତାଙ୍କୁ ମୃତଦେହ ଉଦ୍ଧାର କରିଥିଲେ । ତେବେ ବଜ୍ରପାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି ।

ଅନ୍ୟପଟେ ଆଗଲ ପୁର ବ୍ଲକ ବୁରୋ ମୁଣ୍ଡା ଗ୍ରାମରେ କ୍ଷେତରେ ଚାଷ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା । ଯେଉଁଥିରେ ୮ଜଣ ମହିଳା ଶ୍ରମିକ ଗୁରୁତର ହୋଇଛନ୍ତି । ତେବେ ସମସ୍ତ ଆହତଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ସେପଟେ ପୋଲିସ ଏହି ସବୁର ତଦନ୍ତ କରୁଥିବାର ଜଣାପଡ଼ିଛି । ଅନ୍ୟପଟେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୃତକଙ୍କ ପରିବାର ବର୍ଗଙ୍କୁ ହସ୍ପିଟାଲ ଯାଇ ଦେଖା କରିଥିବା ବେଳେ ଆହତ ହୋଇଥିବା ମହିଳା ମାନଙ୍କ ସ୍ୱାସ୍ଥ୍ୟଵସ୍ଥା ମଧ୍ୟ ପଚାରି ବୁଝିଛନ୍ତି । ତେବେ ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ବର୍ଗକୁ ଶୀଘ୍ର କ୍ଷତି ପୂରଣ ଯୋଗାଇ ଦେବାକୁ ସେ ପ୍ରଶାସନ ଓ ସରକାର ସହିତ ଆଲୋଚନା କରିବେ ବୋଲି କହିଛନ୍ତି । ଏଥିସହ ଆହତ ହୋଇଥିବା ମହିଳା ମାନଙ୍କ ସଠିକ ଚିକିତ୍ସା ପାଇଁ ସେ ପଦକ୍ଷେପ ନେବେ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବଜ୍ରାଘାତ ନେଲା ସ୍ତ୍ରୀ ଜୀବନ, ସ୍ବାମୀ ଗୁରୁତର

ପ୍ରକାଶ ଥାଉକି, ସେହିପରି ଗତକାଲି ବୌଦ୍ଧ ଜିଲ୍ଲା ସଦର ବ୍ଲକ ମୁଣ୍ଡିପଦର ପଞ୍ଚାୟତ ଅନ୍ତର୍ଗତ ରାଉତବାହାଲ ଗ୍ରାମର ଦୁଇ ସ୍ବାମୀ ସ୍ତ୍ରୀ ନିଜ ଜମିରେ ଚାଷ କାର୍ଯ୍ୟରେ ବ୍ୟସ୍ତ ଥିବା ସମୟରେ ବଜ୍ରପାତ ହୋଇଥିଲା । ବଜ୍ରପାତ ପରେ ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରି ଆମ୍ବୁଲାନ୍ସକୁ ଫୋନ କରିଥିଲେ । ସଠିକ୍ ସମୟରେ ଆମ୍ବୁଲାନ୍ସ ସେବା ନମିଳିବାରୁ ଗ୍ରାମବାସୀ ଗୁରୁତର ମହିଳାଙ୍କୁ ଏକ ଅଟୋ ଯୋଗେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details