ବଲାଙ୍ଗୀର:ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାକୁବଲାଙ୍ଗୀର ପୋଲିସର ସ୍ବତନ୍ତ୍ର ଡ୍ରାଇଭ୍ ମିଶନ । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାରେ ବେଆଇନ ଦାଦନ ଚାଲାଣ ରୋକିବାକୁ ଏହି ଡ୍ରାଇଭ ଆରମ୍ଭ କରିଛି ପୋଲିସ । ଯେଉଁଥିରେ ଦୈନନ୍ଦିନ ପୋଲିସ୍ ବିଭିନ୍ନ ଅଞ୍ଚଳରୁ ଦାଦନ ଶ୍ରମିକ ଚାଲାଣ ବେଳେ ସେମାନଙ୍କୁ ଉଦ୍ଧାର କରୁଛି । ଏହି କ୍ରମରେ ଗତକାଲି(ବୁଧବାର) ବଲାଙ୍ଗୀର ଜିଲ୍ଲା ବେଲାପଡ଼ା ବ୍ଲକ ଲାଥାକେନ୍ଦ୍ ଛକରେ ଦାଦନ ବେଆଇନ ଚାଲାଣ ବେଳେ ପୁଣି 15 ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଏଥିସହ ଜଣେ ଦଲାଲ ସମେତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ତେବେ ବଲାଙ୍ଗୀର ଜିଲ୍ଲା ବେଳପଡ଼ା ପୋଲିସ୍ ବିଶ୍ୱାସ ସୂତ୍ରରୁ ଖବର ପାଇ ଏଠି ଚଢାଉ କରିଥିଲା । ଯେଉଁଥିରେ ଦୁଇଟି ୪ ଚକିଆ ଗାଡ଼ିରେ 15 ଜଣ ଦାଦନ ଶ୍ରମିକଙ୍କୁ ବେଙ୍ଗାଲୁରୁ ଚାଲାଣ ହେଉଥିବା ବେଳେ ପୋଲିସ୍ ଏମାନଙ୍କୁ ଉଦ୍ଧାର କରିଛି । ତେବେ ଉଦ୍ଧାର ଶ୍ରମିକ ଓ ଶିଶୁ ମଧ୍ୟ ରହିଛନ୍ତି । ସେପଟେ ଉଦ୍ଧାର ଶ୍ରମିକମାନେ ବେଳପଡ଼ା ବ୍ଲକ ଅନ୍ତର୍ଗତ ବଙ୍ଗୋମୁଣ୍ଡା ବାହଲ୍ ଓ ଖର୍ଲି ପଥର ଗ୍ରାମର ବୋଲି ଜଣା ପଡ଼ିଛି। ଏମାନଙ୍କୁ କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ବାହାର ରାଜ୍ୟକୁ ଚାଲାଣ କରାଯିବାର ଥିଲା ବୋଲି ପୋଲିସ ସୂଚନା ଦେଇଛି । ସେହିପରି ଏଥିରେ ଦୁଇ ଗାଡ଼ିର ଡ୍ରାଇଭର ସମେତ ଜଣେ ଦଲାଲକୁ ମଧ୍ୟ ପୋଲିସ୍ ଗିରଫ କରିଛି ।