ଓଡିଶା

odisha

ETV Bharat / state

ବଲାଙ୍ଗୀରରେ 14 ନୂଆ କୋରୋନା ପଜିଟିଭ ରିପୋର୍ଟ, ମୋଟସଂଖ୍ୟା 38କୁ ବୃଦ୍ଧି - balangir corona update news

ବଲାଙ୍ଗୀରରେ ଚିନ୍ତାର କାରଣ ପାଲଟିଛନ୍ତି ପ୍ରବାସୀ ଶ୍ରମିକ । ଅନ୍ୟ ରାଜ୍ୟରୁ ନିଜ ଘରକୁ ଫେରିଥିବା ବଲାଙ୍ଗୀର ଶ୍ରମିକ ମାନଙ୍କ ଭିତରେ ବୃଦ୍ଧି ପାଉଛି ସଂକ୍ରମଣ ସଂଖ୍ୟା । ଅଧିକ ପଢନ୍ତୁ...

ବଲାଙ୍ଗୀରରେ 14ଟି ନୂଆ କୋରୋନା ପଜିଟିଭ ରିପୋର୍ଟ, ମୋଟ ସଂଖ୍ୟା 38କୁ ବୃଦ୍ଧି
ବଲାଙ୍ଗୀରରେ 14ଟି ନୂଆ କୋରୋନା ପଜିଟିଭ ରିପୋର୍ଟ, ମୋଟ ସଂଖ୍ୟା 38କୁ ବୃଦ୍ଧି

By

Published : May 26, 2020, 4:17 PM IST

ବଲାଙ୍ଗୀର: ଜିଲ୍ଲାରେ ପୁଣି ଗୋଟିଏ ଦିନରେ 14 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାପରେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 38କୁ ଛୁଇଁଛି । ସେହିପରି କେବଳ ବଲାଙ୍ଗୀର ସହର ମଧ୍ୟରେ 11 ଜଣ କୋରୋନା ପଜିଟିଭ ଏଯାଏଁ ଚିହ୍ନଟ ହୋଇଛନ୍ତି ।

ବଲାଙ୍ଗୀରରେ 14ଟି ନୂଆ କୋରୋନା ପଜିଟିଭ ରିପୋର୍ଟ, ମୋଟ ସଂଖ୍ୟା 38କୁ ବୃଦ୍ଧି

ସଂକ୍ରମିତଙ୍କ ମଧ୍ୟରୁ ଟିଟିଲାଗଡ଼ ବ୍ଲକ ସିଲୁଆନ ପଞ୍ଚାୟତର 2 ଜଣ, ଦଙ୍ଗାର ପଡା ମୁରିବାହାଲ ବ୍ଲକରୁ ଜଣେ, ଧୂମାଭଟା ପଞ୍ଚାୟତ ବେଳପଡ଼ା ବ୍ଲକରୁ ଜଣେ, ମହାଖଣ୍ଡ ପଂଚାୟତ ତୁରେକେଲା ବ୍ଲକରୁ 2 ଜଣ ମୁମ୍ବାଇ ଫେରନ୍ତା । ସେହିପରି ମାନହୀରା ପଞ୍ଚାୟତ ମୁରିବାହାଲ ବ୍ଲକରୁ ଜଣେ ତାମିଲନାଡୁ ଫେରନ୍ତା, ଓ ବଲାଙ୍ଗୀର ସହର ମୁନୁସିପାଲିଟି ଅଞ୍ଚଳର ରାଧାରାଣୀ ପଡ଼ାର 7 ଜଣ କୋଲକାତା ଫେରନ୍ତାଙ୍କୁ ମିଶାଇ ଗୋଟିଏ ଦିନରେ 14 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ବଲାଙ୍ଗୀରରେ 14ଟି ନୂଆ କୋରୋନା ପଜିଟିଭ ରିପୋର୍ଟ, ମୋଟ ସଂଖ୍ୟା 38କୁ ବୃଦ୍ଧି

ତେବେ ସମସ୍ତ କୋରୋନା ଆକ୍ରାନ୍ତ ବିଭିନ୍ନ କ୍ବାରେଣ୍ଟାଇନ କେନ୍ଦ୍ରରେ ଥିଲେ। ମଙ୍ଗଳବାର ଆଜି ଏମାଙ୍କର କୋରୋନା ପଜିଟିଭ ଆସିବା ପରେ ସମସ୍ତଙ୍କୁ ଭୁବନେଶ୍ୱର ସ୍ଥିତ କୋଭିଡ ହସ୍ପିଟାଲ କୁ ଚିକିତ୍ସା ପାଇଁ ପଠାଇ ଦିଆଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details