ବଲାଙ୍ଗୀର :ସ୍କୁଲରେ ପଶିଲା କୋରୋନା । ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ରେଡକ୍ରସ ଭିନ୍ନକ୍ଷମ ସ୍କୁଲରେ 12 ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ । ଯାହାକୁ ନେଇ ସ୍କୁଲର ବାକି ଛାତ୍ରଛାତ୍ରୀ ମଧ୍ୟ ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ବଲାଙ୍ଗୀର: ରେଡକ୍ରସ ଭିନ୍ନକ୍ଷମ ସ୍କୁଲରେ 12 ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ - ବଲାଙ୍ଗୀର କୋରୋନା ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଛି
ବଲାଙ୍ଗୀର ରେଡକ୍ରସ ଭିନ୍ନକ୍ଷମ ସ୍କୁଲରେ 12 ଜଣ ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ । ସମସ୍ତ ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ସମସ୍ତେ ସୁସ୍ଥ ଥିବାର ଜଣାପଡ଼ିଛି । ଗତ କିଛି ଦିନ ତଳେ ଜଣେ ଛାତ୍ର କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଅଧିକ ପଢନ୍ତୁ
ବଲାଙ୍ଗୀର: ରେଡକ୍ରସ ଭିନ୍ନକ୍ଷମ ସ୍କୁଲରେ 12 ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ
ବଲାଙ୍ଗୀର: ରେଡକ୍ରସ ଭିନ୍ନକ୍ଷମ ସ୍କୁଲରେ 12 ଛାତ୍ରଛାତ୍ରୀ କୋରୋନା ସଂକ୍ରମିତ
ସୂଚନା ଅନୁସାରେ, ରେଡକ୍ରସ ଭିନ୍ନକ୍ଷମ ବିଦ୍ୟାଳୟରେ ଗତ କିଛି ଦିନ ତଳେ ଜଣେ ଛାତ୍ର କୋରୋନାରେ ଆକ୍ରାନ୍ତ ହୋଇଥିଲେ । ପରବର୍ତ୍ତୀ ସମୟରେ ସ୍କୁଲର ଅନ୍ୟ ଛାତ୍ର ଛାତ୍ରୀମାନଙ୍କ ସ୍ବାବ ପରୀକ୍ଷା କରାଯାଇଥିଲା । ଆଉ ଏଥିରେ 12 ଜଣ କୋରୋନା ସଂକ୍ରମିତ ହୋଇଥିବାର ଜଣାପଡ଼ିଥିଲା । ସେପଟେ ସମସ୍ତ ସଂକ୍ରମିତ ଛାତ୍ରଛାତ୍ରୀଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ସମସ୍ତେ ସୁସ୍ଥ ଥିବାର ଜଣାପଡ଼ିଛି ।
ଇଟିଭି ଭାରତ, ବଲାଙ୍ଗୀର