ବଲାଙ୍ଗୀର: ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ହରିଶଙ୍କର ପୀଠକୁ ଅବହେଳା ଅଭିଯୋଗରେ ଜାରି ରହିଛି ଆନ୍ଦୋଳନ । ସୋମବାର ଏହାକୁ ନେଇ ଖପ୍ରାଖୋଲ ବ୍ଲକକୁ ବାର ଘଣ୍ଟିଆ ବନ୍ଦ କରିଛି କୋଶଳ ମୁକ୍ତିମୋର୍ଚ୍ଚା । ବଲାଙ୍ଗୀରର ପ୍ରସିଦ୍ଧ ହରିଶଙ୍କର ପୀଠକୁ ଅବହେଳା କରାଯାଇଥିବା ଅଭିଯୋଗ କରି ଆନ୍ଦୋଳନ କରୁଛନ୍ତି ବିଭିନ୍ନ ସଙ୍ଗଠନ । ସୂଚନା ଅନୁସାରେ, ନିକଟରେ ଓଡ଼ିଶା ମୁଖ ଶାସନ ସଚିବ, ଓଡ଼ିଶା 5T ସଚିବ ପଣ୍ଡିଆନ ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ପ୍ରମୁଖ ଗସ୍ତ କରି ହରିଶଙ୍କର ପୀଠର ବିକାଶର ସପ୍ନ ଦେଖାଇଥିଲେ ।
ହରିଶଙ୍କର ପୀଠରୁ ନୃସିଂହ ନାଥ ପର୍ଯ୍ୟଟନସ୍ଥଳୀକୁ ରୋପ ୱେ ହେବାକୁ ରହିଥିବା ଦୀର୍ଘ ଦିନର ଦାବିକୁ ପୂରଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ହରିଶଙ୍କରରୁ ନରସିଂହ ନାଥ ରୋପ୍ ୱେକୁ ସରକାର ନାମଞ୍ଜୁର କରିଥିବାବେଳେ ଏହାକୁ ନେଇ ବିଭିନ୍ନ ସଂଗଠନର ସଦସ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଡ୍ରଗ୍ସ କଣ୍ଟ୍ରୋଲଙ୍କ ନୂଆ ବ୍ୟବସ୍ଥା, ଔଷଧ ଦୋକାନରେ ଲାଗିଲା ଅଭିଯୋଗ ନମ୍ବର