ଓଡିଶା

odisha

By

Published : Aug 5, 2020, 7:16 PM IST

ETV Bharat / state

ବଲାଙ୍ଗୀରରେ ମାଡୁଛି କୋରୋନା, ମୋଟ ସଂଖ୍ୟା 530କୁ ବୃଦ୍ଧି

ଗୋଟିଏ ପଟେ ଦୈନନ୍ଦିନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ବୁଧବାର ପୁଣି ଜିଲ୍ଲାରେ 11 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଧିକ ପଢନ୍ତୁ...

ବଲାଙ୍ଗୀରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ, ମୋଟ ସଂକ୍ରମଣ ସଂଖ୍ୟା 530କୁ ବୃଦ୍ଧି
ବଲାଙ୍ଗୀରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ, ମୋଟ ସଂକ୍ରମଣ ସଂଖ୍ୟା 530କୁ ବୃଦ୍ଧି

ବଲାଙ୍ଗୀର: ଜିଲ୍ଲାରେ କୋରୋନା ସଂକ୍ରମଣ ବଢି ବଢି ଚାଲିଥିବା ବେଳେ କଣ୍ଟାବାଞ୍ଜି ସ୍ଥିତି ବିଗିଡିବାରେ ଲାଗିଛି । ଯେଉଁଥିରେ ଆଜି (ବୁଧବାର) 11 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ନେଇ ଜିଲ୍ଲାରେ ମୋଟ ସଂଖ୍ୟା 530ରେ ପହଞ୍ଚିଛି।

ବଲାଙ୍ଗୀରରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ, ମୋଟ ସଂକ୍ରମଣ ସଂଖ୍ୟା 530କୁ ବୃଦ୍ଧି

ବୁଧବାର ଚିହ୍ନଟ ହୋଇଥିବା ସମସ୍ତ 11 ଜଣ କୋରୋନା ଆକ୍ରାନ୍ତ କଣ୍ଟାବାଞ୍ଝି ସହରର ବିଭିନ୍ନ ଅଞ୍ଚଳର ବୋଲି ଜଣାପଡ଼ିଛି। ସେହିପରି ଏମାନେ ସମସ୍ତେ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଥିବା ବେଳେ ଏହା ଏବେ ଚିନ୍ତାର ବିଷୟ ପାଲଟିଛି । ସେହିପରି କଣ୍ଟାବାଞ୍ଝି ସହରରେ ସଂକ୍ରମଣ ରୋକିବାକୁ ସହରର 4 ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଅଞ୍ଚଳକୁ ସିଲ କରାଯାଇଛି।

ସେପଟେ ଆଜିର ସଂଖ୍ୟାକୁ ମିଶାଇ ବଲାଙ୍ଗୀର ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 530ରେ ପହଞ୍ଚିଛି ଏବଂ ଏଥି ମଧ୍ୟରୁ 338 ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ 192 ଜଣ ଚିକିତ୍ସାଧୀନ ଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details