ଓଡିଶା

odisha

ETV Bharat / state

ଘରର କାନ୍ଥ ଭୁଶୁଡି ଜଣେ ମୃତ, 4 ଆହତ - ଘରର କାନ୍ଥ ଭୁଶୁଡି ଜଣେ ମୃତ, 4 ଆହତ

ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ୪ ସଦସ୍ୟଙ୍କୁ ଗୁରୁତର ଆହତ ହୋଇଛନ୍ତି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଳଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ଘରର କାନ୍ଥ ଭୁଶୁଡି ଜଣେ ମୃତ, 4 ଆହତ
ଘରର କାନ୍ଥ ଭୁଶୁଡି ଜଣେ ମୃତ, 4 ଆହତ

By

Published : Aug 16, 2020, 3:34 PM IST

ବଲାଙ୍ଗୀର: ଲଗାଣ ବର୍ଷା ଏବେ ସାରା ରାଜ୍ୟବାସୀଙ୍କୁ କଲବଲ କରିଛି । ପ୍ରବଳ ବର୍ଷା ଯୋଗୁଁ ଘରର କାନ୍ଥ ଭୁଶୁଡି ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପରିବାରର ଅନ୍ୟ ୪ ସଦସ୍ୟଙ୍କୁ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ଦେଉଳଗାଁ ପଞ୍ଚାୟତ ଅନ୍ତର୍ଗତ ଘୁନଘୁଟିପାଲି ଗ୍ରାମରେ ଏଭଳି ଦୁଃଖଦ ଘଟଣା ଘଟିଛି ।

ଘରର କାନ୍ଥ ଭୁଶୁଡି ଜଣେ ମୃତ, 4 ଆହତ

ସୂଚନା ମୁତାବକ, ଏହି ଗ୍ରାମର ଶୋଭବନ୍ ବାର ଲେଣ୍ଡିଆଙ୍କ ପରିବାର ଘରେ ଥିବା ବେଳେ ତାଙ୍କ ଘରର କାନ୍ଥ ଭୁଶୁଡ଼ି ପଡିଥିଲା। ଯାହାଫଳରେ କାନ୍ଥ ତଳେ ଚାପି ହୋଇ ତାଙ୍କ ଝିଅ ଦୀପାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଘଟଣାରେ ପରିବାରର ଅନ୍ୟ ଚାରି ଜଣ ଆହତ ହୋଇଥିଲେ। ତେବେ ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି ପ୍ରଥମେ ପାଟଣାଗଡ଼ ଓ ପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ଭର୍ତ୍ତି କରିଛନ୍ତି। ଅନ୍ୟପଟେ ପାଟଣାଗଡ଼ ଉପଜିଲ୍ଲାପାଳ ଓ ତହସିଲଦାର ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସରକାରୀ ପ୍ରାବଧାନ ଅନୁସାରେ କ୍ଷତି ପୂରଣ ଦିଆଯିବ ବୋଲି କହିଛନ୍ତି ସେମାନେ କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details