ଓଡିଶା

odisha

ETV Bharat / state

ଶ୍ରମିକମାନଙ୍କ 22ଟି ପ୍ରସ୍ତାବକୁ କାର୍ଯ୍ୟକାରୀ ଦାବି - ଶ୍ରମିକଙ୍କ 22ଟି ପ୍ରସ୍ତାବକୁ କାର୍ଯ୍ୟକାରୀ ଦାବି

ରାଜ୍ୟରେ ବହୁ ଶିଳ୍ପାନୁଷ୍ଠାନ ଗଢି ଉଠିଥିଲେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି ଯୁବକଯୁବତୀ । ଯାହାକୁ ନେଇ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ କେତେକ ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ନେଇ ଦାବି ଜଣାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Jul 22, 2019, 3:09 PM IST

ଅନୁଗୋଳ: ଆଜିଯାଏ ଶ୍ରମିକଙ୍କୁ ନା ଉଚିତ ପାରିଶ୍ରମିକ ମିଳୁଛି ନା ସର୍ବନିମ୍ନ ସାମାଜିକ ସୁବିଧା । ଦିନକୁ ଦିନ ବୃଦ୍ଧି ପାଉଛି ବେକାରୀ ସମସ୍ୟା । ଫଳରେ ବାଧ୍ୟ ହୋଇ ଦାଦନ ପାଇଁ ଚାଲିଯାଉଛନ୍ତି ରାଜ୍ୟ ବାହାରକୁ । ଏପରକି 22ଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବାକୁ ରାଷ୍ଟ୍ରୀୟ ଯୁବ ମଜଦୁର ସଂଘ ଆହ୍ବାନ ଦେଇଛନ୍ତି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୋମବାର ଅନୁଗୋଳ ନାଲକୋ ଏମ୍ପ୍ଲଇଜ ଶ୍ରମିକ ସଙ୍ଗଠନ କାର୍ଯ୍ୟାଳୟରେ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ରାଜ୍ୟ ଯୁବ ଶାଖାର କାର୍ଯ୍ୟକାରେଣୀ ବୈଠକ ଆୟୋଜିତ ହୋଇଯାଇଛି । ଯେଉଁଥିରେ ଶ୍ରମିକମାନଙ୍କ ହକ ଓ ଦାବି ଉପରେ ଆଲୋଚନା କରିବା ସହ ସର୍ବନିମ୍ନ ଦାବି ଜଣାଇଛନ୍ତି । ରାଜ୍ୟରେ ଗଢିଉଠିଥିବା ଶିଳ୍ପ ସଂସ୍ଥାମାନଙ୍କରେ ବେକାର ଯୁବକଯୁବତୀଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ କରାଯାଉ ବୋଲି ବୈଠକରେ ଦାବି ଉଠିଥିଲା ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details