ଓଡିଶା

odisha

ଯୁବତୀଙ୍କ ଗଳାକଟା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ଅନୁଗୋଳ ଜିଲ୍ଲା କିଆକଟା ଥାନା ଓରଡା କେରାଣ୍ଡି ନାଳରୁ ଜଣେ ଯୁବତୀଙ୍କ ତଣ୍ଟିକଟା ମୃତ ଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଧିକ ପଢନ୍ତୁ...

By

Published : Aug 31, 2020, 10:54 PM IST

Published : Aug 31, 2020, 10:54 PM IST

ଯୁବତୀଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
ଯୁବତୀଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ଅନୁଗୋଳ: କେନାଲରୁ ଉଦ୍ଧାର ହେଲା ଯୁବତୀଙ୍କ ଗଳାକଟା ମୃତଦେହ । ଅନୁଗୋଳ ଜିଲ୍ଲା କିଆକଟା ଥାନା ଓରଡା କେରାଣ୍ଡି ନାଳରୁ ଜଣେ ଯୁବତୀଙ୍କ ତଣ୍ଟିକଟା ମୃତ ଦେହ ଉଦ୍ଧାର ହୋଇଛି । ପୋଲିସ ପ୍ରାଥମିକ ତଦନ୍ତ ଅନୁସାରେ ମୃତ ଯୁବତୀ ଜଣକ କିଶୋର ନଗର ଥାନା ଅନ୍ତର୍ଗତ ଭୀମପୁର ଗାଁର ୨୦ ବର୍ଷ ସୁଜାତା ନାୟକ ବୋଲି ଜଣାପଡିଛି । ସେ କିଶୋରନଗର କଲେଜର ଯୁକ୍ତ ୩ ଦ୍ବିତୀୟ ବର୍ଷ ଛାତ୍ରୀ ଥିଲେ ।

ଯୁବତୀଙ୍କ ତଣ୍ଟିକଟା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !

ସୂଚନା ଅନୁଯାୟୀ ଓରଡା ନାଳରେ ସୁଜାତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଏହାପରେ କିଆକଟା ଥାନାକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ଯୁବତୀଙ୍କ ବେକକୁ ଧାରୁଆ ଅସ୍ତ୍ରରେ କଟାଯାଇଛି ।ତେଣୁ ଏହା ଏକ ହତ୍ୟା କାଣ୍ଡ ହୋଇଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟଭି ଭାରତ

For All Latest Updates

ABOUT THE AUTHOR

...view details