ଓଡିଶା

odisha

ETV Bharat / state

ଅନୁଗୋଳରେ ପାଳିଲା ବିଶ୍ବ ଫଟୋଗ୍ରାଫି ଦିବସ

ଆଜି ପୁରା ଦେଶରେ ପାଳନ ହୋଇଯାଇଛି ବିଶ୍ବ ଫଟୋଗ୍ରାଫି ଦିବସ । ଏଥିରୁ ବାଦ ପଡିନାହିଁ ଅନୁଗୋଳ । ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏହି ଦିବସର ଆୟୋଜନ କରାଯାଇଛି ।

By

Published : Aug 19, 2019, 10:10 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ଆଜି ବିଶ୍ବ ଫଟୋଗ୍ରାଫି ଡେ । ଯାହାକୁ ଧୁମଧାମ ରୂପେ ଅନୁଗୋଳ ଫଟୋଗ୍ରାଫି ଆସୋସିଏସନ ପାଳନ କରିଛି । ଫଟୋଗ୍ରାଫି ଏକ ମାଧ୍ୟମ, ଯାହାଦ୍ବାରା ସୂଚନାକୁ ସବୁ ସ୍ତରରେ ସହଜ ରୂପେ ପହଞ୍ଚାଯାଇପାରେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କୌଣସି ଗୋଟିଏ ମୁହୂର୍ତର ଫଟୋ ପ୍ରତେକଙ୍କ ଜୀବନକୁ ମଧ୍ୟ ଆନ୍ଦୋଳିତ କରିପାରେ ଏହା କହିଛନ୍ତି ଅନୁଗୋଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀ । ଅନୁଗୋଳ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବିଶ୍ବ ଫଟୋଗ୍ରାଫି ଦିବସ ପାଳନ ଅବସରରେ ବାସୁଦେବ ଫଟୋଗ୍ରାଫର ମାନଙ୍କୁ ଏପରି ଅନେକ କଥା କହିଥିଲେ ।

ଅନୁଗୋଳ ଫଟୋଗ୍ରାଫର ଆସୋସିଏସନ ପକ୍ଷରୁ ଏହି ଦିବସର ଆୟୋଜନ କରାଯାଇଥିବା ବେଳେ ଏଥିରେ ବହୁ ବିଶିଷ୍ଟ ଫଟୋଗ୍ରାଫର ମାନେ ଯୋଗ ଦେଇଥିଲେ । ପୂର୍ବତନ ବନ ବିଭାଗ ବରିଷ୍ଠ ଅଧିକାରୀ ତଥା ୱାଲ୍ଡଲାଇଫ ଫଟୋଗ୍ରାଫର କମଳ ଲୋଚନ ପୁରୋହିତ ନିର୍ଦ୍ଦେଶକ ତଥା କ୍ୟାମେରା ମ୍ୟାନ ଅମୃତେନ୍ଦୁଙ୍କ ସହ ଫଟୋ ଓ ଭିଡିଓ ଗ୍ରାଫିରେ ନିଜର ଅନୁଭୂତି ବଖାଣିଥିଲେ । ତାଙ୍କ ଅନୁଯାୟୀ ଫଟୋ ହିଁ ଅତୀତକୁ ବଞ୍ଚାଇ ରଖେ ଆଉ ବାସ୍ତବତାକୁ ଲୋକଲୋଚନକୁ ଆଣେ ।

ଏହି ଅବସରରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ସବୁ ଅଞ୍ଚଳର ଫଟୋଗ୍ରାଫର ମାନେ ଭାଗନେଇ ଥିଲେ । ଆଉ ରକ୍ତ ଦାନ କରିବାକୁ ସାମ୍ନାକୁ ଆସିଥିଲେ ଯୁବପିଢି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details