ଓଡିଶା

odisha

ETV Bharat / state

ବନବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସମୀକ୍ଷା କର୍ମଶାଳା ଅନୁଷ୍ଠିତ - ଅନୁଗୋଳରେ ସମୀକ୍ଷା କର୍ମଶାଳା ଅନୁଷ୍ଠିତ

ବନବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଅନୁଗୋଳରେ ଏକ ସମୀକ୍ଷା କର୍ମଶାଳା ଅନୁଷ୍ଠିତ । ନାଲକୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି କର୍ମଶାଳାରେ ଯୋଗଦେଇ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

ବନବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସମୀକ୍ଷା କର୍ମଶାଳା ଅନୁଷ୍ଠିତ
ବନବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସମୀକ୍ଷା କର୍ମଶାଳା ଅନୁଷ୍ଠିତ

By

Published : Jun 23, 2022, 4:22 PM IST

ଅନୁଗୋଳ: ଜିଲ୍ଲାରେ ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଜୀବନ ଜୀବିକାର ଉନ୍ନତି ଉପରେ ଗୁରୁତ୍ବ । ସେମାନେ କିଭଳି ନିଜର ଜୀବନ ଜୀବିକାରେ ଆହୁରି ସୁଧାର ଆଣିପାରିବେ, ଜଙ୍ଗଲରୁ ଉପକାର ପାଇବା ସହ ଜଙ୍ଗଲକୁ ରକ୍ଷା କରିବେ, ସେ ନେଇ ଅନୁଷ୍ଠିତ ହୋଇଛି କର୍ମଶାଳା 'ସମୀକ୍ଷା'। ନାଲକୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ବୈଠକକୁ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଥିଲେ ।

ବନବାସୀଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ସମୀକ୍ଷା କର୍ମଶାଳା ଅନୁଷ୍ଠିତ

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ- ୨ ସହାୟତାରେ ଜିଲ୍ଲାର ଆଠମଲ୍ଲିକ ବନଖଣ୍ତ ପକ୍ଷରୁ ଏହି ବୈଠକ ଅନୁଷ୍ଠିତ ହୋଇଛି । ୨୦୧୭ ମସିହାରୁ ଆଠମଲ୍ଲିକ ବନଖଣ୍ତର ୭୫ ଟି ବନ ସଂରକ୍ଷଣ ସମିତି ମାଧ୍ୟମରେ ଜଙ୍ଗଲ ସୁରକ୍ଷା ଓ ରକ୍ଷଣାବେକ୍ଷଣ ତଥା ଜଙ୍ଗଲ ଉପରେ ନିର୍ଭର କରି ବଞ୍ଚୁଥିବା ଅଧିବାସୀ ମାନଙ୍କ ଜୀବନ ଜୀବିକା ବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବିଗତ ବର୍ଷରେ କଣ ସବୁ ଯୋଜନାର ଲାଭ ଲୋକେ ପାଇଛନ୍ତି ଓ ଏଥର ସେଥିରେ ଆଉ କଣ ସୁଧାର ଅଣାଯାଇପାରିବ ତାକୁ ନେଇ ସମୀକ୍ଷା-2 (2022 ) ଅନୁଷ୍ଠିତ ହୋଇଥିଲା ।

ନାଲକୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ବୈଠକକୁ ଉଦଘାଟନ କରିଥିଲେ ଜିଲ୍ଲାପାଳ ସିର୍ଦ୍ଧାର୍ଥ ଶଙ୍କର ସ୍ବାଇଁ । ଆଠମଲ୍ଲିକ ବନଖଣ୍ତ ଦ୍ବାରା ନିଆଯାଇଥିବା ପ୍ରକଳ୍ପର ପ୍ରଶଂସା କରିବା ସହିତ ବିଭିନ୍ନ ସରକାରୀ ବିଭାଗ ସହଯୋଗରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ବିଶ୍ବ ଯୁବକେନ୍ଦ୍ର ପକ୍ଷରୁ ନିଆ ଯାଉଥିବା ପ୍ରକଳ୍ପ ଓ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ପ୍ରକଳ୍ପ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକଙ୍କ ସାମାଜିକ ଓ ଆର୍ଥିକ ଅଭିବୃଦ୍ଧି ସହିତ ଜଙ୍ଗଲ ବୃଦ୍ଧି କରିବାରେ ବନ ସଂରକ୍ଷଣ ସମିତିର ଭୂମିକା ଗୁରୁତ୍ବପୂର୍ଣ୍ଣ ବୋଲି ମତ ଦେଇଥିଲେ ।

ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ, ଆଠମଲ୍ଲିକ ଡିଭିଜନ ପକ୍ଷରୁ ନିଆଯାଇଥିବା କାର୍ଯ୍ୟକ୍ରମ ଉପରେ ବନଖଣ୍ତ ଅଧିକାରୀ ଆନନ୍ଦ ଏସ୍ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଉପଖଣ୍ତର ୩୬୪୨ ହେକ୍ଟର ପରିମିତ ଜଙ୍ଗଲ ଜମିର ରକ୍ଷଣା ବେକ୍ଷଣ ଓ ସୁରକ୍ଷା, ଲୋକମାନଙ୍କର ଆର୍ଥିକ ଉନ୍ନତି ପାଇଁ ୩,୩୫, ୯୦୮ ଶ୍ରମ ଦିବସ ସୃଷ୍ଟି, ୭୫ଟି ବନସଂରକ୍ଷଣ ସମିତିକୁ ଏକ କୋଟି ୨୦ ଲକ୍ଷ ଟଙ୍କାର ସହାୟତା ରାଶି,୧୧୧ ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ୭୦. ୭୦ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇ ଲୋକଙ୍କୁ ସ୍ବାବଲମ୍ବୀ କରାଯିବ ।

ଏହାସହିତ ପ୍ରଧାନ ମନ୍ତ୍ରୀ ବୀମା ଯୋଜନାରେ ୨୮୭୯ ଜଣଙ୍କୁ ସାମିଲ, DDUGKY ଓ RKVY ମାଧ୍ୟମରେ ୮୨ ଜଣଙ୍କୁ ଦକ୍ଷତା ବିକାଶ ତାଲିମ, ଖଦି କମିଶନ ମାଧ୍ୟମରେ ମହୁଚାଷ, ଜିଲ୍ଲା ଖଣିଜ ପାଣ୍ଠିରୁ ୧୨ ଟି ବନ ସଂରକ୍ଷଣ ସମିତିର ଯୁବକ ଯୁବତୀଙ୍କୁ କମ୍ପ୍ୟୁଟର ଶିକ୍ଷା ସମେତ ବ୍ୟକ୍ତଗତ ୪୭୩.୪୩ ହେକ୍ଟର ଜମିରେ ଜଙ୍ଗଲ ସୃଷ୍ଟି, ଚାରାରୋପଣ, କୃଷି ଉନ୍ନୟନ, ଫଳ ଓ ପନିପରିବା ଚାଷ ଇତ୍ୟାଦି ହାତକୁ ନେଇ ଲୋକଙ୍କୁ ସ୍ବାବଲମ୍ବୀ କରାଯାଇଥିବା ପ୍ରକାଶ କରିଥିଲେ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details