ଅନୁଗୋଳ: ମୈତ୍ରୀ କମ୍ପାନୀରେ ଆରମ୍ଭରୁ ଅଘଟଣ । କମ୍ପାନୀ ତିଆରି କାର୍ଯ୍ୟ ଚାଲିଥିବା ବେଳେ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ଅନୁଗୋଳ ନିଶା ଶିଳ୍ପାଞ୍ଚଳ ଥାନା ଧୁବାମହିଳାରେ ଥିବା ସ୍କୁଲ ପଛ ପଟୁ ଶ୍ରମିକଙ୍କ ମୃତଦେହ ମିଳିବା ପରେ ଗ୍ରାମରେ ଦେଖାଦେଇଛି ଉତ୍ତେଜନା । ମୃତକ ଜଣଙ୍କ ହେଉଛନ୍ତି ଅଭିରାମ ପ୍ରଧାନ ।
ମିଳିଥିବା ସୂଚନା ଅନୁଯାୟୀ, ଧୁବାମହିଳା ଗ୍ରାମ ନିକଟରେ ମୈତ୍ରୀ ନାମକ ଏକ କମ୍ପାନୀ ନାଲକୋ ପାଇଁ କାର୍ଯ୍ୟ ଆରମ୍ଭ କରୁଛି । ଯେଉଁଥି ପାଇଁ ସିମେଣ୍ଟ ବୋହିବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ରାଇଝରଣ ଗ୍ରାମର ଅଭିରାମ ପ୍ରଧାନ, ଚିହୁରୁ ମାଝୀ, କରୁଣା ମାଝୀ, ପର୍ସୁ ପଲେଇ । ତେବେ ସିମେଣ୍ଟ ଅନ ଲୋଡ଼ିଂ ସରିବା ପରେ ଚିହୁରୁ ମାଝି, କରୁଣା ମାଝୀ ଓ ପର୍ସୁ ପଲେଇ ସେଠାରୁ କେଉଁ ଆଡେ ଚାଲି ଯାଇଥିଲେ । ସେମାନେ ଯିବାର କିଛି ସମୟ ପରେ ଅଭିରାମ ପ୍ରଧାନଙ୍କ ମୃତ ଶରୀର ସ୍କୁଲ ପଛ ପଟେ ପଡ଼ିଥିବା ସ୍ଥାନୀୟ ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ।